Latest Odisha News

BREAKING NEWS

ଏମିତି ରେଳ ଷ୍ଟେସନ, ଯେଉଁଠି ନାହିଁ ୧ ନମ୍ବର ପ୍ଲାଟଫର୍ମ , କାରଣ କାହାକୁ ଜଣାନାହିଁ

ବିହାର: ଭାରତୀୟ ରେଳ ବିଶ୍ୱରେ ପ୍ରସିଦ୍ଧ । ଏହା ହେଉଛି ବିଶ୍ୱ ଏବଂ ଏସିଆର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ଏଥି ସହିତ, ଏହିପରି ଅନେକ କାହାଣୀ ରେଳପଥ ସହିତ ମଧ୍ୟ ଜଡିତ, ଯାହାକି ଲୋକଙ୍କୁ ବିସ୍ମିତ କରେ । ଏହିପରି ଗୋଟିଏ ଘଟଣା ବିହାରର ବେଗୁସରାଇରେ ମଧ୍ୟ ଅଛି, ଯାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ହୋଇ ରହିଛି । ଏହି ରେଳ ଷ୍ଟେସନରେ ୧ ନମ୍ବର ପ୍ଲାଟଫର୍ମ ନାହିଁ । ଏଠାରେ ଏହି ପ୍ଲାଟଫର୍ମ କାହିଁକି ନାହିଁ, ତାର ଉତ୍ତ ଖୋଦ୍ ରେଳ ବିଭାଗ ପାଖରେ ବି ନାହିଁ ।

ବିହାରର ବେଗୁସରାଇର ବାରୁନି ରେଳ ଜଙ୍କସନ ମଧ୍ୟ ଏସିଆର ସର୍ବାଧିକ ଅଞ୍ଚଳ ପ୍ରସାରିତ ଷ୍ଟେସନ ମଧ୍ୟରେ ଗଣାଯାଏ । ୧୮୬୦ ମସିହାରେ ବେଗୁସରାଇରେ ପ୍ରଥମ ଥର ପାଇଁ ଗରହରା ରେଳ ଷ୍ଟେସନ ପ୍ରତିଷ୍ଠା କରାଯାଇଥିଲା । ୧ ୮୮୩ ମସିହାରେ ଏହି ଗରହରା ଷ୍ଟେସନ ବନ୍ଦ ହୋଇଗଲା । ପରେ ଏହାଠାରୁ ୩ କିମିଦୂର ବାରୁନି ରେଳ ଜଙ୍କସନ ନିର୍ମିତ ହେଲା । ସେବେଠାରୁ ଏଠାରେ ଦେଶର ବିଭିନ୍ନ ସ୍ଥାନକୁ ଟ୍ରେନ ଏହି ଜଙ୍କସନ ଦେଇ ଯାଆସ କରିଥାଏ । ପ୍ରତିଦିନ ପ୍ରାୟ ୧ ଲକ୍ଷ ଯାତ୍ରୀ ଏଠାରୁ ଯାତ୍ରା କରନ୍ତି । ୧୯୫୯ ରେ ଏହି ଜଙ୍କସନକୁ ସ୍ୱୀକୃତି ପ୍ରାପ୍ତ କରାଯାଇଥିଲା ।

ଆଜି ବାରୁନି ଜଙ୍କସନ ସମଗ୍ର ଦେଶରେ ଚର୍ଚ୍ଚିତ । କାରଣ ଏଠାରେ ୧ ନମ୍ବର ପ୍ଲାଟଫର୍ମ ନାହିଁ । ଦେଶର ଅନ୍ୟ ସହରରୁ ଆସୁଥିବାବେଳେ ଟ୍ରେନ୍ ପ୍ଲାଟଫର୍ମ ନମ୍ବର ୧ରେ ଆସୁଥିବା ଉଦ୍‌ଘୋଷଣା କରାଯାଇଥାଏ । ବେଳେବେଳେ ପ୍ଲାଟଫର୍ମ ନମ୍ବର ୧ରେ ଟ୍ରେନ ବନ୍ଦ ହେବାର ଘୋଷଣା ମଧ୍ୟ କରାଯାଇଥାଏ । ହେଲେ ପ୍ଲାଟଫର୍ମ ନମ୍ବର ୧ ପାଇବା ପାଇଁ ଯାତ୍ରୀମାନେ ଅସୁବିଧାରେ ପଡ଼ନ୍ତି । କିନ୍ତୁ ବାରୁନି ରେଳ ଜଙ୍କସନରେ ପ୍ଲାଟଫର୍ମ ନମ୍ବର ୧ ଏପର୍ଯ୍ୟନ୍ତ ନିର୍ମାଣ ହୋଇନାହିଁ । ଏ ସମ୍ପର୍କରେ ପୂର୍ବ କେନ୍ଦ୍ରୀୟ ରେଳବାଇର ସୂଚନା ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ଏହିପରି କିଛି ନାହିଁ, ଯାହାକୁ ଲୋକମାନେ ପ୍ଲାଟଫର୍ମ ନମ୍ବର ବୋଲି କୁହନ୍ତି । ଏହା ପ୍ରକୃତରେ ସହରର ଦ୍ୱିତୀୟ ରେଳ ଷ୍ଟେସନ ଅଟେ । ଏଥି ସହିତ, ବାରୁନି ରେଳ ଷ୍ଟେସନରେ କାହିଁକି ପ୍ଲାଟଫର୍ମ ନମ୍ବର ନାହିଁ, ରେଳବାଇ ପାଖରେ ମଧ୍ୟ ଏହାର ଉତ୍ତର ନାହିଁ ବୋଲି ସେ କହିଛନ୍ତି ।

Comments are closed.