ନିରକାରପୁର: ମୃତ୍ୟୁ କେତେବେଳେ ଆସେ ତାହା କାହାକୁ ଜଣାନଥାଏ । ହସଖୁସିର ଜୀବନ ଦୁଃଖରେ ଭରିଯାଏ । ଏପରି ଏକ ଦୁଃଖଦ ମୃତ୍ୟୁ ଆସିଥିଲା ରତ୍ନାକର ପଣ୍ଡାଙ୍କ ଜୀବନରେ । ରେଲଓ୍ବେ ଓ୍ବାରଲେସ ବିଭାଗରେ କାର୍ଯ୍ୟ କରୁଥିବା ରତ୍ନାକର ପଣ୍ଡା ଆଜି ଖୋର୍ଧାଯିବା ପାଇଁ ନିରାକାରପୁର ଷ୍ଟେସନରୁ ମେମୋ ଟ୍ରେନରେ ଚଢ଼ିବା ବେଳେ ଅସାବଧାନତା ଯୋଗୁ ଖସି ପଡିଥିଲେ । ଆଉ ତାଙ୍କ ଅଣ୍ଟା ଉପରେ ଟ୍ରେନ ଚକା ମାଡିଯାଇଥିଲା । ସଙ୍ଗେ ସଙ୍ଗେ ଜୀବନ ଚାଲିଯାଇଥିଲା ।
ବର୍ଷ ବର୍ଷ ଧରି ଟ୍ରେନରେ ଡ୍ୟୁଟି କରିବାକୁ ଯାଉଥିବା ବେଳେ ଆଜି କିନ୍ତୁ ଭାଗ୍ୟ ତାଙ୍କୁ ସାଥ ଦେଇନଥିଲା । ସାମାନ୍ୟ ଅବହେଳା ଯୋଗୁ ଜୀବନ ଚାଲିଯାଇଥିଲା । ରତ୍ନାକର ପଣ୍ଡାଙ୍କ ଅକାଳ ବିୟୋଗରେ ନିରାକାରପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ହସଖୁସିର ପରିବାର ଦୁଃଖରେ ଭାଙ୍ଗିପଡିଛି ।
ନିରାକାରପୁର ଷ୍ଟେସନରୁ ମେମୁ ପାସେଜଂର ଟ୍ରେନରେ ସବୁଦିନ ପରି ଆଜି ସେ ଖୋର୍ଧା ଡ୍ୟୁଟି ଯାଉଥିଲେ । କିଏ ଜାଣିଥିଲା ମୃତ୍ୟୁ ତାଙ୍କୁ ଛକି ବସିଛି । ତାଙ୍କ ମୃତ୍ୟୁରେ ରେଳବିଭାଗର କର୍ମଚାରୀ, ଅଧିକାରୀମାନେ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଅନେକ ଧାର୍ମିକ, ସାମାଜିକ ଅନୁଷ୍ଠାନ ସହ ଜଡିତ ହୋଇଥିଲେ ରତ୍ନାକର ପଣ୍ଡା ।
Comments are closed.