Latest Odisha News

BREAKING NEWS

ରାଜନୀତିରେ ‘ରେଳ ଲାଇନ୍ ପ୍ରକଳ୍ପ’, ପରସ୍ପରକୁ ଦୋଷ ଠେଲିଲେ ରାଜ୍ୟ-କେନ୍ଦ୍ର

ଭୁବନେଶ୍ୱର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ରୋଚକ ହେଉଛି। ପ୍ରଥମେ ଫସଲ ବୀମାକୁ ନେଇ ରାଜନୀତି ଜୋରଦାର ହୋଇଥିବା ବେଳେ ଏବେ କେନ୍ଦ୍ର ରେଳ ଲାଇନ୍ ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଆରୋପ ପ୍ରତ୍ୟାରୋପ କରି ପରସ୍ପରକୁ ଦୋଷ ଠେଲୁଥିବା ଦେଖିବାକୁ ମିିଳିଛି।

ବରଗଡରୁ ନୂଆପଡା ଭାୟା ପଦ୍ମପୁର ଦେଇ ରେଳ ଲାଇନ୍ ବାବଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ ଘୋଷଣା କରିଥିଲେ। ଏହି ଘୋଷଣାକୁ ୩ ବର୍ଷ ବିତିଛି ହେଲେ ଏଯାବତ କାମ ଆରମ୍ଭ ହୋଇନାହିଁ କହି ରାଜ୍ୟର ଶାସକ ଦଳ କେନ୍ଦ୍ର ସରକାର ତଥା ବିରୋଧୀ ବିଜେପି ଦଳର କେନ୍ଦ୍ରୀୟ ନେତାଙ୍କ ଉପରକୁ ଦୋଷ ଠେଲିଛି। ଯାହାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।

ବରଗଡର ସାଂସଦ ସୁରେଶ ପୂଜାରୀ ଏ ପ୍ରସଙ୍ଗରେ ପ୍ରେସମିଟ୍ କରି କହିଛନ୍ତି, ପଦମପୁର ଉପନିର୍ବାଚନରେ ପରାଜୟ ସୁନିଶ୍ଚିନ୍ତ ବୋଲି ଜାଣିବା ପରେ ବିଜୁ ଜନତା ଦଳ ଏବେ ଗୋଟିଏ ପରେ ଗୋଟିଏ ମିଛ କହୁଛି। ରାଜ୍ୟ ସରକାରଙ୍କ ଫସଲ ବୀମା ନାଟକର ପର୍ଦ୍ଦାଫାସ ପରେ ଏବେ ବରଗଡରୁ ନୁଆପଡା ଭାୟା ପଦମପୁର, ପାଇକମାଳ ରେଳ ପ୍ରକଳ୍ପ ଘଟଣାରେ ମଧ୍ୟ ବିଜୁ ଜନତା ଦଳର ଆଉ ଏକ ମିଛର ପର୍ଦ୍ଦାଫାଶ ହୋଇଛି। କେନ୍ଦ୍ର ସରକାରଙ୍କର ରେଳ ମନ୍ତ୍ରଣାଳୟ ଦ୍ୱାରା ଯେଉଁ ରେଳ ପ୍ରକଳ୍ପ ପାଇଁ ଅନୁମୋଦନ ପାଖାପାଖି ୧୧ ମାସ ହେଲାଣି ମିଳିସାରିଛି ସେହି ରେଳ ପ୍ରକଳ୍ପ ଉପରେ ରାଜ୍ୟ ସରକାରଙ୍କର ଜଣେ ମନ୍ତ୍ରୀ ଗତ କାଲି ଚିଠି ଲେଖି ଅନୁମୋଦନ ପାଇଁ ଅନୁରୋଧ କରିଥିଲେ । ଏକ ଅନୁମୋଦିତ ପ୍ରକଳ୍ପ ବିଷୟରେ ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀ କେମିତି ଏତେ ଅଜ୍ଞ ଅଛନ୍ତି ଯେ ପୁଣି ଅନୁମୋଦନ ମାଗୁଛନ୍ତି ବୋଲି ସାଂସଦ ପ୍ରଶ୍ନ କରିଛନ୍ତି।

ଗତକାଲି ବିଜୁ ଜନତା ଦଲର ମନ୍ତ୍ରୀ ଟୁକୁନି ସାହୁ ବରଗଡରୁ ନୁଆପଡା ଭାୟା ପଦମପୁର ଓ ପାଇକମାଳ ରେଳ ପ୍ରକଳ୍ପକୁ ରେଳ ମନ୍ତ୍ରଣାଳୟ ମଂଜୁରି ଦେବା ପାଇଁ ଦାବି କରିଥିବା ଚିଠିର ଉତରରେ ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ଣବ ଆଜି ଏକ ଚିଠି ଲେଖିଛନ୍ତି । ଏହି ଚିଠିରେ ରେଳମନ୍ତ୍ରୀ ସ୍ପଷ୍ଟ ଭାବରେ ଲେଖିଛନ୍ତି ଯେ ଏହି ପ୍ରକଳ୍ପକୁ ୩୧ ଡିସେମ୍ବର, ୨୦୨୧ରେ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି । ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ। ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କ ପାଖରେ। ଯେଉଁଥିରେ ଜମି ଯୋଗାଇଦେବା କଥା ଉଲ୍ଲେଖ୍ୟ ରହିଛି। ଓଡିଶା ରେଲ ଇନଫ୍ରାଷ୍ଟ୍ରକଚର ଡେଭଲପମେଂଟ ଲିମିଟେଡ ଜାନୁଆରି ୨୦୨୨ରେ ଟେଣ୍ଡର ମଧ୍ୟ କରିସାରିଛନ୍ତି ଏହି ପ୍ରକଳ୍ପର କ୍ରିୟାନ୍ୱୟନ ନେଇ। ଏବେ ପ୍ରକଳ୍ପର ଅଗ୍ରଗତି ଅଟକିଛି ରାଜ୍ୟ ସରକାରଙ୍କ ପାଖରେ। ସେହି ପ୍ରକଳ୍ପ ପାଇଁ ଜମି ଦେବା ଦାୟିତ୍ୱ ହେଉଛି ରାଜ୍ୟ ସରକାରଙ୍କ ପାଖରେ । ୧୧ ମାସ ଭିତରେ କେତେ ଜମି ରାଜ୍ୟ ସରକାର ଚିହ୍ନଟ କରିଛନ୍ତି ତାହା ଜଣାନ୍ତୁ।

ବିଜେଡି ସାଂସଦ ଡ.ସସ୍ମିତ ପାତ୍ର ଏବେ ରେଳମନ୍ତ୍ରୀ ଶ୍ରୀ ଅଶ୍ୱନୀ ବୈଷ୍ଣବଙ୍କ ଚିଠି ପାଇବା ପରେ ନିଜ ମିଛକୁ ଲୁଚାଇବା ପାଇଁ ହଡବଡେଇ ଯାଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୨୦୧୮ ମସିହାର ପୁରୁଣା ବକ୍ତବ୍ୟର ଅନ୍ୟ ଅର୍ଥ ବାହାର କରି ଲୋକମାନଙ୍କୁ ଭ୍ରମିତ କରୁଛନ୍ତି । ସାଂସଦ ପାତ୍ର ପ୍ରଥମେ ମନ୍ତ୍ରୀ ଟୁକୁନି ସାହୁ ଲେଖିଥିବା ଚିଠିର ଜବାବ୍ ରଖନ୍ତୁ ବୋଲି ପୁଜାରୀ କହିଛନ୍ତି ।

ସେପଟେ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ଟାର୍ଗେଟ କରି ସସ୍ମିତ ପାତ୍ର କହିଛନ୍ତି, ସୁରେଶ ପୂଜାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥାକୁ ଭୁଲ ପ୍ରମାଣିତ କରିଛନ୍ତି। ସୁରେଶ ପୂଜାରୀ ସ୍ପଷ୍ଟ କରିବା ଦରକାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୧୮ରେ ଦେଇଥିବା ଉକ୍ତି ରେଳ ଲାଇନକୁ ସ୍ୱୀକୃତି ମିଳିଛି ତାହା ଠିକ ନା ୨୦୨୧ ଡିସେମ୍ବର ନା ୨୦୧୮ କେଉଁଠି ଠିକ ପୂଜାରୀ ସ୍ପଷ୍ଟ କରନ୍ତୁ । ନହେଲେ ପଦ୍ମପୁର ଲୋକଙ୍କ ପାଖରେ ବିଜେପି କ୍ଷମା ପାର୍ଥନା କରୁ।

Leave A Reply

Your email address will not be published.