Latest Odisha News

BREAKING NEWS

ଇଷ୍ଟକୋଷ୍ଟ୍ ରେଲୱେ ପକ୍ଷରୁ ଗଡ଼ିବ ୮ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ଯାତ୍ରୀ ମାନଙ୍କ ସୁବିଧା ଲାଗି ଆସନ୍ତା ଜୁନ ୧ ତାରିଖ ଠାରୁ ଭାରତୀୟ ରେଳବାଇ ପକ୍ଷରୁ ୨୦୦ଟି ସ୍ୱତନ୍ତ୍ର ସମୟ ଘୋଷିତ ହୋଇଥିବା ଟ୍ରେନ୍ ଚଳାଚଳ କରିବ । ଇଷ୍ଟକୋଷ୍ଟ ରେଲୱେ ପକ୍ଷରୁ ଯାତ୍ରୀମାନଙ୍କ ସୁବଧା ଲାଗି ୮ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଇଷ୍ଟକୋଷ୍ଟ ରେଲବାଇ ପକ୍ଷରୁ ଏହି ୮ ଯୋଡ଼ା ସ୍ୱତନ୍ତ୍ର ଟ୍ରେନଗୁଡ଼ିକର ନାମ ଘୋଷଣା କରାଯାଇଛି ।

ଅଧିକ ପଢନ୍ତୁ: ଜୁନ୍‌୧ରୁ ଗଡିବ ୨ଶହ ଟ୍ରେନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ଭୁବନେଶ୍ୱର-ମୁମ୍ବାଇ ଭୁବନେଶ୍ୱର କୋଣାର୍କ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ଓ ମୁମ୍ବାଇ ମଧ୍ୟରେ ଚାଲିବ ।

ଭୁବନେଶ୍ୱର-ହାଓଡ଼ା ଭୁବନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ଓ ହାଓଡ଼ା ମଧ୍ୟରେ ଚାଲିବ ।

ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ପୁରୀରୁ ନୂଆଦିଲ୍ଲୀ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।

ସିଆଲଦା-ପୁରୀ-ସିଆଲଦା ଦୂରନ୍ତ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ୍ ପୁରୀରୁ ସିଆଲଦା (କୋଲକାତା) ଚାଲିବ ।

ବିଶାଖାପାଟଣା-ନୂଆଦିଲ୍ଲୀ-ବିଶାଖାପାଟଣା ଏପି ଏକ୍ସପ୍ରେସ ବିଶାଖାପାଟଣାରୁ ନୂଆଦିଲ୍ଲୀ ଚଳାଚଳ କରିବ ।

ହାଇଦ୍ରାବାଦ-ବିଶାଖାପାଟଣା-ହାଇଦ୍ରାବାଦ ଗୋଦାବରୀ ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ୍ ବିଶାଖାପାଟଣାରୁ ହାଇଦ୍ରାବାଦ ଚଳାଚଳ କରିବ ।

ସେହିପରି ଇଷ୍ଟକୋଷ୍ଟ ରେଲୱେ ଅଧିନରେ ହାଓଡ଼ା-ସିକନ୍ଦରାବାଦ-ହାଓଡ଼ା ଫଲକନାମା ଏକ୍ସପ୍ରେସ ସ୍ୱତନ୍ତ୍ର ଟ୍ରେନ୍ ଏବଂ ହାଓଡ଼ା-ଯଶବନ୍ତପୁର-ହାଓଡ଼ା ଦୂରନ୍ତ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ ।

ଏହାବ୍ୟତୀତ, ହାଓଡ଼ାରୁ ମୁମ୍ବାଇ, ହାଓଡ଼ାରୁ ଅହମ୍ମଦାବାଦ ଏବଂ ହାଓଡ଼ାରୁ ବଡ଼ବିଲ ସ୍ୱତନ୍ତ୍ର ଟ୍ରେନ୍ ଓଡ଼ିଶା ମଧ୍ୟ ଦେଇ ଚଳାଚଳ କରିବ । ଯଥାଶିଘ୍ର ରୁଟ୍ ଚାର୍ଟ ଇଷ୍ଟକୋଷ୍ଟ ରେଳବାଇ ଦ୍ୱାରା ଘୋଷିତ ହେବ ।

Leave A Reply

Your email address will not be published.