Latest Odisha News

BREAKING NEWS

ପାର୍ବଣ ଋତୁରେ ଓଡ଼ିଶା ଦେଇ ଚାଲିବ ୨ ସ୍ଵତନ୍ତ୍ର ଟ୍ରେନ୍

ଭୁବନେଶ୍ୱର: ପାର୍ବଣ ଋତୁରେ ସୁଗମ ଯାତ୍ରା ପ୍ରଦାନ କରିବା ଏବଂ ବର୍ଦ୍ଧିତ ଯାତ୍ରୀ ଭିଡ଼କୁ ପରିଚାଳନା କରିବା ପାଇଁ ରେଳବାଇ ଓଡ଼ିଶା ଦେଇ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ଚଲାଇବ।

ରେଳବାଇ ଅନୁଯାୟୀ ଦୁଇ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ନିମ୍ନଲିଖିତ ସମୟସୂଚୀ ଅନୁଯାୟୀ ଚାଲିବ:

୧. ସମ୍ବଲପୁର – ଇରୋଡ୍ – ସମ୍ବଲପୁର ସ୍ପେଶାଲ୍ (୦୮୩୧୧/୦୮୩୧୨)

ଟ୍ରେନ୍ ନମ୍ବର ୦୮୩୧୧ ସମ୍ବଲପୁର–ଇରୋଡ୍ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ୍ ୨୬ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ପ୍ରତି ବୁଧବାର ସକାଳ ୧୧.୩୫ ରେ ସମ୍ବଲପୁରରୁ ଛାଡିବ।

ଟ୍ରେନ୍ ନମ୍ବର ୦୮୩୧୨ ଇରୋଡ୍–ସମ୍ବଲପୁର ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ୍ ୨୮ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ପ୍ରତି ଶୁକ୍ରବାର ଅପରାହ୍ନ ୨.୪୫ ରେ ଇରୋଡ୍ ରୁ ଛାଡିବ।

ପୂର୍ବତଟ ରେଳପଥରେ ରହଣୀ: ବରଗଡ଼ ରୋଡ୍, ବଲାଙ୍ଗୀର, ଟିଟଲାଗଡ଼, କେସିଙ୍ଗା, ମୁନିଗୁଡ଼ା, ରାୟଗଡ଼ା, ପାର୍ବତୀପୁରମ୍, ବୋବିଲି, ବିଜୟନଗରମ୍ ଜଙ୍କସନ୍, କୋଟ୍ଟାଭାଲାସା, ଦୁଭବାଡା।

କୋଚ୍ କମ୍ପୋଜିସନ୍: ଦ୍ୱିତୀୟ ଏସି – ୧, ତୃତୀୟ ଏସି – ୩, ସ୍ଲିପର୍ – ୯, ଜେନେରାଲ – ୪, ଦ୍ୱିତୀୟ ଶ୍ରେଣୀ ଲଗେଜ୍ ସହିତ ଦିବ୍ୟାଙ୍ଗଜନ – ୨, ରୋଷେଇ ଘର/ପାଣ୍ଟ୍ରି କାର୍ – ୧।

୨. ନୂତନ ତିନିସୁକିଆ – SMVT ବେଙ୍ଗାଲୁରୁ – ନୂତନ ତିନିସୁକିଆ ସ୍ପେଶାଲ୍ (୦୫୯୫୨/୦୫୯୫୧)

ଟ୍ରେନ୍ ନମ୍ବର ୦୫୯୫୨ ନୂତନ ତିନସୁକିଆ – SMVT ବେଙ୍ଗାଲୁରୁ ସାପ୍ତାହିକ ସ୍ପେଶାଲ୍ ୩୦ ଅକ୍ଟୋବର, ୨୦୨୫ ପର୍ଯ୍ୟନ୍ତ ପ୍ରତି ଗୁରୁବାର ସନ୍ଧ୍ୟା ୬.୪୫ ରେ ନୂତନ ତିନସୁକିଆରୁ ଛାଡିବ।

ଟ୍ରେନ୍ ନମ୍ବର ୦୫୯୫୧ SMVT ବେଙ୍ଗାଲୁରୁ – ନୂତନ ତିନସୁକିଆ ସାପ୍ତାହିକ ସ୍ପେଶାଲ୍ ୧୧ ନଭେମ୍ବର, ୨୦୨୫ ପର୍ଯ୍ୟନ୍ତ ପ୍ରତି ରବିବାର ରାତି ୧୧.୫୦ ରେ SMVT ବେଙ୍ଗାଲୁରୁରୁ ଛାଡିବ।

ପୂର୍ବ ତଟ ରେଳପଥରେ ରହଣୀ: ଭଦ୍ରକ, ଯାଜପୁର ରୋଡ୍, କଟକ, ଭୁବନେଶ୍ୱର, ଖୋର୍ଦ୍ଧା ରୋଡ୍, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ୍ ରୋଡ୍, ଚିପୁରୁପାଲି, ବିଜୟନଗରମ୍, କୋଟ୍ଟାଭାଲସା, ଦୁଭୱାଡା।

କୋଚ୍ କମ୍ପୋଜିସନ୍: ତୃତୀୟ ଏସି – ୨, ସ୍ଲିପର୍ – ୧୬, ବ୍ରେକ୍ ଭ୍ୟାନ୍ ଏବଂ ଲଗେଜ୍ ସହିତ ଦ୍ୱିତୀୟ ଶ୍ରେଣୀ – ୨।

ଏହି ସ୍ୱତନ୍ତ୍ର ଟ୍ରେନ୍ ସେବାଗୁଡ଼ିକ ପାର୍ବଣ ଋତୁର ଚାହିଦା ଏବଂ ଯାତ୍ରୀଙ୍କ ସୁବିଧା ପୂରଣ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଯାହାକି ସମଗ୍ର ପୂର୍ବତଟ ରେଳପଥର ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକୁ କଭର କରିଥାଏ।

Comments are closed.