Latest Odisha News

BREAKING NEWS

ଏପ୍ରିଲ୍ ୮ ଯାଏଁ ଏହିସବୁ ଜିଲ୍ଲାରେ ଝଡବର୍ଷା ସମ୍ଭାବନା: ପାଣିପାଗ ବିଭାଗ

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢୁଥିବା ବେଳେ ହଠାତ୍ ଜଳବାୟୁରେ ପରିବର୍ତ୍ତନ ଦେଖାଦେଇଛି । ଯାହାଫଳରେ ଓଡିଶାର ବିଭିନ୍ନ ସ୍ଥାନରେ ବଜ୍ରପାତ ସହବର୍ଷା ହେବାନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆକଳନ କରାଯାଇଛି ।

ଏଥିସହିତ ପାଣିପାଗ ବିଭାଗ ପକ୍ଷରୁ ଓଡିଶାର ଏହିସବୁ ଜିଲ୍ଲାରେ ହଳଦିଆ ୱାର୍ଣ୍ଣିଂ ଜାରି କରାଯାଇଛି । ଜାଣନ୍ତୁ…

ଏପ୍ରିଲ୍ ୫- ଗଜପତି, ଗଞ୍ଜାମ, ରାୟଗଡା, କନ୍ଧମାଳ, କୋରାପୁଟ, ନୟାଗଡ଼, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲ୍ଲା

ଏପ୍ରିଲ୍ ୬- ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡା, ଗଜପତି, ଗଞ୍ଜାମ ଆଦି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି ।

ଏପ୍ରିଲ୍ ୭- କୋରାପୁଟ, ରାୟଗଡା, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ନୟାଗଡ଼, ଅନୁଗୁଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲା ଉପରେ ବର୍ଷା ଓ ବଜ୍ରପାତ ସହ ଘଣ୍ଟାପ୍ରତି ପବନର ବେଗ ୩୦-୪୦ କିଲୋମିଟର ବହିବ ବୋଲି ଜଣାପଡିଛି ।

ଏପ୍ରିଲ୍ ୮- ଉପକୂଳ ଓଡିଶା ସହ ବଲାଙ୍ଗୀର, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଏବଂ ମୟୂରଭଞ୍ଜ ଆଦି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା।

Comments are closed.