Latest Odisha News

BREAKING NEWS

ଗାବାରେ ବର୍ଷା ସମ୍ଭାବନା, ଭାରତ ଚିନ୍ତା ବଢ଼ିଲା

ଗାବା: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ କ୍ରିକେଟ ଟେଷ୍ଟ ଗାବାରେ ଖେଳାଯିବ । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଆବଶ୍ୟକ ହେଉଛି । ତେବେ ରିପୋର୍ଟ ଅନୁସାରେ ଏହି ଟେଷ୍ଟ ମ୍ୟାଚ ଅବସରରେ ବର୍ଷା ହେବା ସମ୍ଭାବନା ରହିଛି । ଏହା ହେଲେ ଭାରତର ୱାର୍ଲ୍ଡ ସିରିଜ ଫାଇନାଲରେ ପ୍ରବେଶ ରାସ୍ତା କଠିନ ହୋଇ ପଡିବ । ୫ ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଏବେ ୧-୧ ସମାନ ସ୍ଥିତିରେ ରହିଛି । ଏବେ ବ୍ରିସବେନରେ ଡିସେମ୍ବର ୧୪ ପ୍ରଥମ ଦିବସରେ ୮୮ ପ୍ରତିଶତ ବର୍ଷା ହେବ ସମ୍ଭାବନା ରହିଛି । ଦ୍ୱିତୀୟ ଦିବସରେ ୪୯, ତୃତୀୟ ଦିବସରେ ୨୫, ଚତୁର୍ଥ ଦିବସରେ ୪୨ ଓ ପଂଚମ ଦିବସରେ ୨୫ ପ୍ରତିଶତ ବର୍ଷା ହେବ ବୋଲି ପାଣିପାଗ ପକ୍ଷରୁ ରିପୋର୍ଟ ଜାରୀ କରାଯାଇଛି ।

ମ୍ୟାଚ ଡ୍ର ରହିଲେ ଭାରତକୁ ଫାଇନାଲରେ ପ୍ରବେଶ ପାଇଁ ଅନ୍ୟ ମ୍ୟାଚର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ । ବିଶେଷ କରି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମୁକାବିଲା ଭାରତର ଭାଗ୍ୟ ନିର୍ଦ୍ଧାରଣ କରିବ । ଦ୍ୱିତୀୟ ଟେଷ୍ଟରେ ପରାଜିତ ହେବା ପରେ ଟିମ ଇଣ୍ଡିଆର ଖେଳାଳିମାନେ ଜୋରଦାର ଅଭ୍ୟାସ ଜାରୀ ରଖିଛନ୍ତି । ପେସ ବୋଲର ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଛି ।

Leave A Reply

Your email address will not be published.