Latest Odisha News

BREAKING NEWS

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ: ସ୍ପିନରଙ୍କୁ ସୁହାଇବ ଆଡିଲେଡ ପିଚ

ଆଡିଲେଡ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଆଡିଲେଡରେ ଡିସେମ୍ବର ୬ରୁ ଆରମ୍ଭ ହେବ । ଏହି ଦିବାରାତ୍ର ଟେଷ୍ଟର ପ୍ରଥମ ଦିବସରେ ବର୍ଷା ହେବା ସମ୍ଭାବନା ରହିଛି । ଆଡିଲେଡ ପିଚ କି ଭଳି ରହିବ ସେ ନେଇ ବୁଧବାର ପିଚ କ୍ୟୁରେଟର ଡେମିୟନ ହାଫ ଖୁଲାସା କହିଛନ୍ତି । ସେ କହିଛନ୍ତି ଯେ, ପିଚରେ ୬ମିମି ଘାସ ରହିବ । ଏହା ଉଭୟ ପେସ ଏବଂ ସ୍ପିନରଙ୍କୁ ସୁହାଇବ । ମେଘୁଆ ପାଗ ରହିଲେ ବଲ ସୁଇଂ କରିବ ବୋଲି କ୍ୟୁରେଟର କହିଛନ୍ତି । ପ୍ରଥମ ଦିବସରେ ୮୮ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ପିଚ ସମ୍ପୂର୍ଣ୍ଣ ୫ ଦିନ ଖେଳିବା ଉପଯୋଗୀ ରହିବ ବୋଲି ହାଫ କହିଛନ୍ତି ।

୫ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ପର୍ଥ ମୁକାବିଲାରେ ବିଜୟୀ ହୋଇ ୧-୦ରେ ଆଗୁଆ ରହିଛି । ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ପ୍ରବେଶ ପାଇଁ ଭାରତକୁ ପ୍ରଥମେ ଆଉ ୨ଟି ମ୍ୟାଚ ଜିତିବାକୁ ପଡିବ । ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ କୋଚ ଗୌତମ ଗମ୍ଭୀର ଦଳ ସହିତ ଯୋଗ ଦେଇଛି । ସିରିଜର ବାକି ୩ଟି ମ୍ୟାଚ ଯଥାକ୍ରମେ ବ୍ରିସବେନ(ଡିସେମ୍ବର ୧୪ରୁ ୧୮), ମେଲବୋର୍ଣ୍ଣ ( ୨୬ରୁ ୩୦) ଓ ପଂଚମ ଟେଷ୍ଟ ସିଡନୀରେ ୩ରୁ ୭ ଜାନୁୟାରୀ ପର୍ଯ୍ୟନ୍ତ ଖେଳାଯିବ ।

Leave A Reply

Your email address will not be published.