Latest Odisha News

ଏସିଆ କପ କ୍ରିକେଟ : ଭାରତ-ନେପାଳ ମ୍ୟାଚରେ ମଧ୍ୟ ବର୍ଷା ସମ୍ଭାବନା

କାଣ୍ଡି: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇ ଯାଇଥିଲା । ଏବେ ଟିମ ଇଣ୍ଡିଆର ଦ୍ୱିତୀୟ ମ୍ୟାଚରେ ମଧ୍ୟ ବର୍ଷା ସମ୍ଭାବାନ ରହିଛି । ସୋମବାର ନେପାଳ ବିପକ୍ଷ ମୁକାବିଲାରେ ୯୦ ପ୍ରତିଶତ ପାଖାପାଖି ବର୍ଷା ସମ୍ଭାବନା ରହିଛି । ଯଦି ଏହି ମ୍ୟାଚ ବାତିଲ ହୋଇଯାଏ ତାହାହେଲେ ଭାରତ ସୁପର ୪ରେ ପ୍ରବେଶ କରିବ । ନେପାଳ ତାର ପ୍ରଥମ ମ୍ୟାଚ ହାରିଥିବା ଯୋଗୁ କୌଣସି ପଂଏଟ ହାସଲ କରିପାରିବ ନାହିଁ । ପାକିସ୍ତାନ ୩ ପଂଏଟ ସହ ଶୀର୍ଷରେ ରହିଥିବା ବେଳେ ଭାରତ ୧ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଛି ।

ସୂଚନାଯୋଗ୍ୟ, ଦିନିକିଆ ଇତିହାସରେ ସର୍ବାଧିକ ଥର ଭାରତ ମ୍ୟାଚ ରଦ୍ଦ ହୋଇଛି । ଭାରତର ଓଭରାଲ ୪୪ ମ୍ୟାଚ ବାତିଲ ହୋଇଛି । ଶନିବାର ପାକିସ୍ତାନ ବିପକ୍ଷରେ ଭାରତ ପ୍ରଥମେ ବ୍ୟାଟିଂ କରି ୨୬୬ ରନ କରିଥିଲା । ପାକିସ୍ତାନ ଇନିଂସ ବର୍ଷା ଯୋଗୁ ଖେଳାଯିବା ସମ୍ଭବପର ହୋଇ ନ ଥିଲା । ଶେଷରେ ମ୍ୟାଚ ବାତିଲ କରାଯିବା ସହ ଉଭୟ ଟିମକୁ ୧ ପଂଏଟ ଲେଖାଁଏ ମିଳିଥିଲା ।

Leave A Reply

Your email address will not be published.