Latest Odisha News

BREAKING NEWS

ରାତି ସୁଦ୍ଧା କଟକ ସମେତ ଏସବୁ ସ୍ଥାନରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ରାତି ୭.୩୦ ପର୍ଯ୍ୟନ୍ତ ଓଡ଼ିଶାର ଭୁବନେଶ୍ୱର ଏବଂ କଟକ ସମେତ ବିଭିନ୍ନ ଜିଲ୍ଲା ପାଇଁ ରେଡ୍, ଅରେଞ୍ଜ ଏବଂ ୟେଲୋ ସତର୍କତା ଜାରି କରିଛି।

ରେଡ୍ ୱାର୍ଣିଂ: ମୟୂରଭଞ୍ଜ, ଗଜପତି, ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାର କିଛି ସ୍ଥାନକୁ ରେଡ୍ ୱାର୍ଣିଂ ଜାରି କରାଯାଇଛି। ଏସବୁ ସ୍ଥାନରେ ପ୍ରବଳ ଝଡ ବର୍ଷା ଏବଂ ବଜ୍ରପାତ ସହ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ।

ଅରେଞ୍ଜ ୱାର୍ଣିଂ: ନୂଆପଡା, ନବରଙ୍ଗପୁର, କୋରାପୁଟ, ରାୟଗଡ଼ା, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କଳାହାଣ୍ଡି ଏବଂ ଜଗତସିଂପୁରର କିଛି ଅଂଶରେ ୪୦-୫୦ କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ଝଡ଼ବର୍ଷା ଏବଂ ବଜ୍ରପାତ ହୋଇପାରେ।

ୟେଲୋ ୱାର୍ଣିଂ: ମାଲକାନଗିରି ଏବଂ ଦେଓଗଡ଼ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଝଡ଼ବର୍ଷା ସହ ବଜ୍ରପାତ ହେବ। ଏହି ସମୟରେ ପବନର ବେଗ ୩୦-୪୦ କିଲୋମିଟର ହୋଇପାରେ।

ତେବେ ଏହି ୨୧ ଜିଲ୍ଲାର ଲୋକମାନଙ୍କୁ ପାଗ ଉପରେ ନଜର ରଖିବାକୁ ଏବଂ ସେହି ଅନୁସାରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେବାକୁ ପରାମର୍ଶ ଦିଆଯାଇଛି ପାଣିପାଗ ବିଭାଗ ପକ୍ଷରୁ।

Comments are closed.