Latest Odisha News

BREAKING NEWS

ଆଗାମୀ ୨ ଦିନ ଯାଏଁ ଝଡ଼ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଶନିବାର ସନ୍ଧ୍ୟା ପ୍ରାୟ ୬ଟା ପର୍ଯ୍ୟନ୍ତ ଓଡ଼ିଶାର ଚାରିଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛନ୍ତି।

ଆଗାମୀ ୩ଘଣ୍ଟା ମଧ୍ୟରେ ବଲାଙ୍ଗୀର, ବରଗଡ଼, ମୟୂରଭଞ୍ଜ ଏବଂ ନୂଆପଡ଼ାର କିଛି ସ୍ଥାନରେ ଘଣ୍ଟାପ୍ରତି ୩୦-୪୦ କିଲୋମିଟର ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ଝଡ଼ବର୍ଷା ଏବଂ ବଜ୍ରପାତ ହୋଇପାରେ। ରବିବାର ସକାଳ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଝଡ଼ବର୍ଷା ସହ ବଜ୍ରପାତ ଏବଂ ପବନର ବେଗ ୩୦-୪୦ କିଲୋମିଟର ବେଗରେ ପହଞ୍ଚିବ ବୋଲି କୁହାଯାଇଛି।

ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ ଏବଂ ଗଜପତି ଆଦି ଜିଲ୍ଲାରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି।

ସେହିପରି ଅଗଷ୍ଟ ୩ରେ ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ଗଜପତି, କେନ୍ଦୁଝର, ମୟୂରଭଞ୍ଜ ଏବଂ ସୁନ୍ଦରଗଡ ଆଦି ଜିଲ୍ଲାକୁ ହଳଦିଆ ଚେତାବନୀ ଜାରି କରାଯାଇଛି।

 

Comments are closed.