Latest Odisha News

BREAKING NEWS

ଏସବୁ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଝଡ଼ବର୍ଷାର ଆକଳନ କରିଛି।

ନୟାଗଡ, ଗଜପତି, ଝାରସୁଗୁଡ଼ା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଯାଜପୁର, କୋରାପୁଟ, ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସନ୍ଧ୍ୟା ୫.୧୦ ପର୍ଯ୍ୟନ୍ତ ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ। ଭୁବନେଶ୍ୱର ସମେତ ବୌଦ୍ଧ, ଗଞ୍ଜାମ, କନ୍ଧମାଳ, ନବରଙ୍ଗପୁର, ମାଲାକାନଗିରି ଏବଂ ଖୋର୍ଦ୍ଧା ପାଇଁ ଅପରାହ୍ନ ୪.୩୦ ପର୍ଯ୍ୟନ୍ତ ସମାନ ସତର୍କତା ଜାରି କରାଯାଇଛି।

ଘଡ଼ଘଡ଼ି ଏବଂ ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ପାଣିପାଗ ଉପରେ ନଜର ରଖିବାକୁ ଏବଂ ସୁରକ୍ଷିତ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

ଆଇଏମଡି କେନ୍ଦୁଝର ଏବଂ ମୟୂରଭଞ୍ଜ ପାଇଁ ଅପରାହ୍ନ/ସନ୍ଧ୍ୟା ସମୟରେ ବଜ୍ରପାତ ସହିତ ଝଡ଼ବର୍ଷା ଏବଂ ପବନ ବହିବା (୫୦-୬୦ କିଲୋମିଟର ଘଣ୍ଟା) ନେଇ ଏକ ଅରେଞ୍ଜ ସତର୍କତା ମଧ୍ୟ ଜାରି କରିଛି। ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ସୁନ୍ଦରଗଡ, ବରଗଡ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, ନୁଆପଡା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁରରେ ବଜ୍ରପାତ ସହ ଝଡ଼ବର୍ଷା ହୋଇପାରେ।

ଅପରପକ୍ଷରେ ଜୁନ୍ ୩ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଏବଂ ନୟାଗଡ଼ ଜିଲ୍ଲାର କିଛି ସ୍ଥାନଗୁଡ଼ିକରେ ଗରମ ଅନୁଭୂତ ହେବ ବୋଲି କୁହାଯାଇଛି। ସେହିପରି ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ଦିନର ତାପମାତ୍ରା ଧୀରେ ଧୀରେ ୨-୩ ଡିଗ୍ରୀ ସେଲସିୟସ୍ ବୃଦ୍ଧି ପାଇପାରେ।

Leave A Reply

Your email address will not be published.