Latest Odisha News

ଏସିଆ କପ ଫାଇନାଲ: ୫ ବର୍ଷ ପରେ ବଡ ଟୁର୍ଣ୍ଣାମେଂଟ ଜିତିବା ପାଇଁ ଭାରତ ନିକଟରେ ସୁଯୋଗ

କଲମ୍ବୋ: ଏସିଆ କପ କ୍ରିକେଟର ଫାଇନାଲ ମ୍ୟାଚ ଭାରତ ଓ ଶ୍ରୀଲଙ୍କା ମ୍ୟାଚରେ ଖେଳାଯିବ । ୫ ବର୍ଷ ଧରି ଭାରତୀୟ ଟିମ କୌଣସି ବଡ ଟୁର୍ଣ୍ଣାମେଂଟ ଜିତି ନ ଥିବାରୁ ଏଥର ସୁବର୍ଣ୍ଣ ସୁଯୋଗ ରହିଛି । ୨୦୧୮ରେ ଭାରତ ଶେଷ ଥର ଏସିଆ କପ ଜିତିଥିଲା । ଏହା ପରେ ଭାରତ ଆଇସିସିର ୫ ଓ ଏସିସିର ଗୋଟିଏ ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରିଥିଲେ ମଧ୍ୟ ଚାମ୍ପିୟନ ହୋଇପାରି ନାହିଁ । ୨୦୧୩ରେ ଭାରତ ଶେଷ ଥର ଆଇସିସି ଚାମ୍ପିୟନ୍ସ ଟ୍ରଫି ଜିତିଥିଲା । ୧୦ ବର୍ଷରେ ଟିମ ଇଣ୍ଡିଆ ୧୩ଟି ଟୁର୍ଣ୍ଣାମେଂଟ ଖେଳିଛି, ଏଥିରେ କେବଳ ୨ ଥର ଏସିଆ କପ ଜିତିପାରିଛି । ଏହା ମଧ୍ୟରେ ୪ଟି ଟି୨୦ ବିଶ୍ୱକପ ଖେଳି ନକଆଉଟ ପର୍ଯ୍ୟାୟ ପାର କରିପାରିନି ।

୨୦୧୪ରେ ଫାଇନାଲରେ ଏବଂ ୨୦୧୬ରେ ସେମିରେ ପରାଜିତ ହୋଇଥିଲା । ସେହିପରି ଏହି ସମୟ ମଧ୍ୟରେ ୨ଟି ଦିନିକିଆ ବିଶ୍ୱକପ ଖେଳି ସେମିଫାଇନାଲ ବାଧା ପାର କରିପାରିନି । ଏଥର ଦିନିକିଆ ବିଶ୍ୱକପ ଭାରତରେ ଆୟୋଜିତ ହେବ । ଏସିଆ କପ ଜିତି ଭାରତ ବିଜୟଧାରାକୁ ଫେରିବା ସହ ଘରୋଇ ପରିବେଶରେ ପ୍ରଶଂସକକୁ ଆଗକୁ ବିଶ୍ୱକପ ଭେଟି ଦେଇପାରେ । ତେବେ କଲମ୍ବୋରେ ବର୍ଷା ଫାଇନାଲ ମ୍ୟାଚରେ ବାଧା ସୃଷ୍ଟି କରିବା ସମ୍ଭାବନା ରହିଛି ।

Leave A Reply

Your email address will not be published.