Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡରେ ପଶିଲା ବର୍ଷା ପାଣି, ରୋଗୀ ହନ୍ତସନ୍ତ

ସୋନପୁର: ମୌସୁମୀ ବର୍ଷା ଆରମ୍ଭରୁ ବେହାଲ୍ ସୁବର୍ଣ୍ଣପୁର । ବର୍ଷା ଆରମ୍ଭରୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଷା ପାଣି ପଶିଛି । ଫଳରେ ରୋଗୀଙ୍କ ସହ ସମ୍ପର୍କୀୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଠାରୁ ସୁବର୍ଣ୍ଣପୁର ଜିଲ୍ଲାକୁ ମୌସୁମୀ ଛୁଇଁଥିବା ବେଳେ ବର୍ଷା ସହ ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ହେଉଛି ।

ମୌସୁମୀ ଆରମ୍ଭରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ୱାର୍ଡରେ ପଶିଛି ବର୍ଷା ପାଣି । ଫଳରେ ରୋଗୀମାନଙ୍କୁ ନେବା ଆଣିବାରେ ଅସୁବିଧା ସୃଷ୍ଟି ହେଉଥିବା ବେଳେ ଚିକିତ୍ସାଳୟର କର୍ମଚାରୀ ମାନେ ମଧ୍ୟ ବିଭିନ୍ନ ୱାର୍ଡକୁ ଯିବା ଆସିବାରେ ଅସୁବିଧା ଦେଖା ଦେଇଛି ।

Comments are closed.