Latest Odisha News

୮ ଜିଲ୍ଲାକୁ ବର୍ଷା ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଓଡିଶାର ୮ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଯାଜପୁର, କେନ୍ଦ୍ରାପଡ଼ା, ଗଞ୍ଜାମ, ଖୋର୍ଦ୍ଧା ଓ ପୁରୀ। ଏହି ଜିଲ୍ଲା ଗୁଡିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ଆଶଙ୍କା ରହିଛି।

ସେହିପରି ମଙ୍ଗଳବାର ରାତି ୮ଟା ୩୦ମି. ମଧ୍ୟରେ କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି ଓ ନବରଙ୍ଗପୁରରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ରାଜ୍ୟର ଅନ୍ୟକିଛି ସ୍ଥାନରେ ହାଲୁକା ବର୍ଷା ହୋଇପାରେ।

ଅପରପକ୍ଷରେ ନଭେମ୍ବର ୩ ତାରିଖ ଯାଏଁ ଏହିପରି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ ହୋଇଛି।

 

Leave A Reply

Your email address will not be published.