Latest Odisha News

୩ ଘଣ୍ଟା ଯାଏଁ ଏହିସବୁ ଜିଲ୍ଲାରେ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଭୁବନେଶ୍ୱର ସମେତ ଓଡିଶାର ୧୧ଟି ଜିଲ୍ଲାରେ ବର୍ଷା ଓ ବଜ୍ରପାତ ହେବା ନେଇ ସୋମବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଏହି ଜିଲ୍ଲା ଗୁଡିକ ମଧ୍ଯରେ ରହିଛି- କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଭଦ୍ରକ, ଯାଜପୁର, ମୟୂରଭଞ୍ଜ,କୋରାପୁଟ, ଗଞ୍ଜାମ, ଢେଙ୍କାନାଳ ଓ ଖୋର୍ଦ୍ଧା (ଭୁବନେଶ୍ୱର)। ଆଗାମୀ ୩ଘଣ୍ଟା ମଧ୍ୟରେ ଏସବୁ ଜିଲ୍ଲାରେ ସାମାନ୍ଯରୁ ମଧ୍ଯମଧରଣର ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଛି।

ବଜ୍ରପାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏହି ସମୟରେ ଘରୁ ନ ବାହାରିବା ଏବଂ ବାହାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି।

 

 

Comments are closed.