Latest Odisha News

ରାଜ କପୁରଙ୍କ ୧୦୦ତମ ଜୟନ୍ତୀ: ବ୍ଲାକ ଆଉଟଫିଟରେ ନଜର ଆସିଲେ ତାରକା

ମୁମ୍ବାଇ: ଭାରତୀୟ ସିନେମା ଜଗତର ’ଗ୍ରେଟ ସୋ ମ୍ୟାନ’ ରାଜ କପୁରଙ୍କ ୧୦୦ତମ ଜୟନ୍ତୀ ଅବସରରେ ଗତକାଲି ମୁମ୍ବାଇରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଏକାଠି ନଜର ଆସିଥିଲା ପୁରା କପୁର ଫ୍ୟାମିଲି । ଏଥିସହ ଅନେକ ବଲିଉଡ ତାରକା ମଧ୍ୟ ଏହି ଇଭେଣ୍ଟରେ ଯୋଗ ଦେଇଥିଲେ । ବହୁତ ଧୁମଧାମରେ କପୁର ପରିବାର ରାଜ କପୁରଙ୍କ ୧୦୦ତମ ଜୟନ୍ତୀ ପାଳନ କରିଛନ୍ତି । ଉତ୍ସବରେ ଯୋଗ ଦେଇଥିବା ସମସ୍ତ ତାରକା ଖୁବ୍ ସୁନ୍ଦର ଦେଖାଯାଉଥିଲା । ତେବେ ଆସନ୍ତୁ ନଜର ପକେଇବା ଉତ୍ସବରେ ଯୋଗ ଦେଇଥିବା ସେହି ତାରକା ମାନଙ୍କ ଉପରେ…

କଳା ରଙ୍କର ସାଢୀରେ ନଜର ଆସିଥିଲେ ଜେନେଲିଆ ଦେଶମୁଖ । କଳା ଶାଢୀ ସହ ବ୍ଲାକ ନେକଲେସ୍ ଏବଂ ଇୟରରିଙ୍ଗ ସହ ଖୁବ ସୁନ୍ଦର ଦେଖାଯାଉଥିଲେ ଜେନେଲିଆ । ସେହିପରି ତାଙ୍କ ସହ କଳା ଏବଂ ଧଳା ବ୍ଲେଜରରେ ନଜର ଆସିଥିଲେ ସ୍ଵାମୀ ରିତେଶ ଦେଶମୁଖ । ଉତ୍ସବରେ ଉଭୟେ ଖୁବ୍ ସୁନ୍ଦର ଦେଖାଯାଉଥିଲେ।

ରାଜ କପୁରଙ୍କ ୧୦୦ ତମ ଜୟନ୍ତୀ ଅବସରରେ ପୁଅ ଅଗସ୍ତ୍ୟ ନନ୍ଦାଙ୍କ ସହିତ ନଜର ଆସିଥିଲେ ଅଭିନେତ୍ରୀ ଶ୍ୱେତା ବଚ୍ଚନ । ଅଇକନିକ୍ ଅଭିନେତ୍ରୀ ରେଖା ମଧ୍ୟ ଏକ ଗୋଲ୍ଡେନ ରେଶମ ଶାଢୀରେ ନଜର ଆସିଥିଲେ । ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ସହ ପୋଜ୍ ଦେଉଥିବା ବେଳେ ଉଭୟେ ଖୁବ୍ ସୁନ୍ଦର ଦେଖାଯାଉଥିଲେ ।

ଉତ୍ସବରେ ହୁମା କୁରେଶୀଙ୍କୁ ମଧ୍ୟ ବ୍ଲାକ ଶାଢୀରେ ଦେଖିବାକୁ ମିଳିଥିଲା। ବେକରେ ବ୍ଲାକ ଡାଇମଣ୍ଡ ନେକଲେସ୍ ଏବଂ ମ୍ୟାଚିଙ୍କ ହ୍ୟାଣ୍ଡବ୍ୟାଗ ସହ ଖୁବ ଗ୍ଲାମରସ୍ ଲାଗୁଥିଲେ ଅଭିନେତ୍ରୀ । ଉତ୍ସବରେ ବ୍ଲାକ ସୁଟ୍ ସହ ନଜର ଆସିଥିଲେ ବିକି କୌଶଲ । ବ୍ରାଉନ୍ କଲର ଜୋତା ସହ ଅତ୍ୟନ୍ତ ସୁନ୍ଦର ଦିଶୁଥିଲେ ଅଭିନେତା ।

ଶରବରୀ ୱାଗଙ୍କୁ ମଧ୍ୟ ସିମ୍ପଲ୍ ମେକଅପରେ ଦେଖିବାକୁ ମିଳିଥିଲା । ଏକ ବ୍ରାଉନ୍ ବ୍ଲେଜର ଏବଂ ପ୍ୟାଣ୍ଟ ସହ କଳା ଟପରେ ନଜର ଆସିଥିଲେ ଅଭିନେତ୍ରୀ । ସେହିପରି ବ୍ଲାକ ଲୁକରେ ନଜର ଅସିଥିଲେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍ । ବ୍ଲାକ୍ ବ୍ଲେଜର ସହ ବ୍ଲାକ ସାର୍ଟ ଏବଂ ବ୍ଲାକ ଜୋତା ତାଙ୍କ ଗ୍ଲାମରକୁ ଆହୁରି ବଢାଇଥିଲା ।

 

Leave A Reply

Your email address will not be published.