Latest Odisha News

BREAKING NEWS

ସହଯୋଗ କରିବା ବଦଳରେ ପ୍ରମାଣ ନଷ୍ଟ କରୁଥିଲେ ରାଜ; ପୋଲିସ

ନୂଆଦିଲ୍ଲୀ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ବ୍ୟବସାୟୀ ରାଜ କୁନ୍ଦ୍ରା ଏବଂ ତାଙ୍କ ସହଯୋଗୀ ରିଆନ୍ ଥର୍ପେଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ପ୍ରସାରଣ ମାମଲାରେ ନିଜ ବିରୁଦ୍ଧରେ ପ୍ରମାଣ ନଷ୍ଟ କରିଥିବାରୁ ଗିରଫ କରାଯାଇଥିବା ପୋଲିସ କହିଛି। ରାଜ କୁନ୍ଦ୍ରାଙ୍କ ଓକିଲ ତାଙ୍କ ଗିରଫକୁ ‘ବେଆଇନ’ ବୋଲି କହିବା ପରେ ବମ୍ବେ ହାଇକୋର୍ଟରେ ପୋଲିସ ଏହା କହିଛି। କୁନ୍ଦ୍ରାଙ୍କୁ ପୂର୍ବରୁ କୌଣସି ଆଇନଗତ ବିଜ୍ଞପ୍ତି ପ୍ରଦାନ କରାଯାଇ ନଥିଲା ତାଙ୍କ ଓକିଲ କହିଛନ୍ତି।

ମୁମ୍ବାଇ ପୋଲିସ ତରଫରୁ ହାଜର ହୋଇଥିବା ପୋଲିସ ଓକିଲ ଅରୁଣା ପାଏ ଶନିବାର ବମ୍ବେ ହାଇକୋର୍ଟଙ୍କୁ କହିଛନ୍ତି ଯେ ରାଜ କୁନ୍ଦ୍ରା ଏବଂ ରିଆନ ଥର୍ପେଙ୍କୁ ଧାରା ୪୧ଏ ଅନୁଯାୟୀ ନୋଟିସ ଦିଆଯାଇଥିଲା। ଯାହାକୁ କୁନ୍ଦ୍ରା ଅସ୍ୱୀକାର କରିଥିଲେ। ଥର୍ପେ ଏହି ବିଜ୍ଞପ୍ତି ଗ୍ରହଣ କରିଥିଲେ।

ପୋଲିସ କହିଛି ସେମାନେ ସହଯୋଗ କରିବା ପରିବର୍ତ୍ତେ ହ୍ବାଟସ୍ ଆପ୍ ଗ୍ରୁପ୍ ଏବଂ ଚାଟରୁ ବିଷୟବସ୍ତୁ ବିଲୋପ କରିଥିଲେ। ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା କହିଛି ମୁମ୍ବାଇ ପୋଲିସ।

Leave A Reply

Your email address will not be published.