Latest Odisha News

ତଦନ୍ତରେ ସହଯୋଗ କରୁନାହାନ୍ତି ରାଜ୍‌; ବଢିପାରେ ରିମାଣ୍ଡ ଅବଧି

ନୂଆଦିଲ୍ଲୀ: ପର୍ଣ୍ଣ ରାକେଟ୍‌ ମାମଲାରେ ପୋଲିସ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସ୍ବାମୀଙ୍କୁ ହେପାଜତ ରଖିଛି। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ରାଜଙ୍କ ରିମାଣ୍ଡ ଅବଧି ପୁଣି ବଢିପାରେ ବୋଲି ଆଶଙ୍କା କରାଯାଉଛି। କାରଣ ପୋଲିସ ତଦନ୍ତରେ ରାଜ ଆଦୌ ସହଯୋଗ କରୁ ନଥିବା ମୁମ୍ବାଇ କ୍ରାଇମ୍‌ ବ୍ରାଞ୍ଚ ଟିମ୍‌ କହିଛି। ଯାହା ଫଳରେ ରାଜ୍ ଆଉ କିଛି ଦିନ ପୋଲିସ ହାଜତରେ ରହିପାରନ୍ତି ବୋଲି ଅନୁମାନ କରାଯାଉଛି।

ବଲିଉଡ ଅଭିନେତା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା ସୋମବାର ରାତିରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ। ଯେଉଁଥିରେ ସେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ କିଛି ଆପ୍ ମାଧ୍ୟମରେ ପ୍ରକାଶ କରିଥିବା ଅଭିଯୋଗ ହୋଇଥିଲା। ଜୁଲାଇ ୨୩ ପର୍ଯ୍ୟନ୍ତ ତାଙ୍କୁ ପୋଲିସ ହାଜତକୁ ପଠାଯାଇଥିଲା।

ପୋଲିସ କହିବା ମୁତାବକ ତଦନ୍ତରେ ରାଜ କୁନ୍ଦ୍ରା ସହଯୋଗ କରୁ ନ ଥିବାରୁ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ପୋଲିସ ହେପାଜତକୁ ବୃଦ୍ଧି କରିପାରେ ବୋଲି କ୍ରାଇମ ବ୍ରାଞ୍ଚ ସୂତ୍ରରୁ ପ୍ରକାଶ।

Comments are closed.