Latest Odisha News

BREAKING NEWS

ପୁଅ ଭିଆନ୍‌ଙ୍କୁ ୩ କୋଟିର କାର୍‌ ଉପହାର ଦେଲେ ଅଭିନେତ୍ରୀ ଶିଳ୍ପା?

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ବ୍ୟବସାୟୀ ରାଜ କୁନ୍ଦ୍ରା ତାଙ୍କ ପୁଅ ଭିଆନ୍‌ ରାଜ କୁନ୍ଦ୍ରାଙ୍କୁ ୩ କୋଟି ଟଙ୍କାର ବିଳାସମୟ ଲମ୍ବୋର୍ଗିନି ଉପହାର ଦେଇଥିବା ଖବରକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ମାଗାଜିନରେ ପ୍ରକାଶିତ ଏକ ଆର୍ଟିକିଲର ଖବରକୁ ରାଜ କୁନ୍ଦ୍ରା ଖାରଜ କରିଦେଇଛନ୍ତି ଯେଉଁଥିରେ ଶିଳ୍ପା ଏବଂ ରାଜ କୁନ୍ଦ୍ରା ଭିଆନ୍‌ଙ୍କୁ ଲମ୍ବୋର୍ଗିନି କାର ଉପହାର ଦେବା କଥା କୁହାଯାଇଛି।

ଏ ନେଇ ରାଜ କୁନ୍ଦ୍ରା ଟ୍ୱିଟ୍ କରି କହିଛନ୍ତି ଯେ, ଏହା ପ୍ରକୃତରେ ଏକ ଖେଳନା ଲମ୍ବୋର୍ଗିନି କାର। ସେ ଆହୁରି ଲେଖିଛନ୍ତି, “ଏପରି ଏକ ବିଶ୍ୱସନୀୟ ପତ୍ରିକା ଏବଂ ଏପରି ଶସ୍ତା ଗବେଷଣା ସହିତ ଏକ ଆର୍ଟିକିଲ୍। ଏହା ଏକ ମିଥ୍ୟା ଖବର।

ବାସ୍ତବରେ, ଏହି ଆର୍ଟିକିଲରେ ଏହା ଲେଖାଯାଇଛି ଯେ ଏକ ବିଳାସପୂର୍ଣ୍ଣ କାର ରାଜ ତାଙ୍କ ପୁଅ ଭିଆନଙ୍କୁ ଉପହାର ଦେଇଛନ୍ତି। ଏହି ବିଳାସପୂର୍ଣ୍ଣ କାରର ମୂଲ୍ୟ ପ୍ରାୟ ତିନି କୋଟି।

Leave A Reply

Your email address will not be published.