Latest Odisha News

BREAKING NEWS

କରୋନାରେ ଶାସ୍ତ୍ରୀୟ ଗାୟକ ପଣ୍ଡିତ ରାଜନ ମିଶ୍ରାଙ୍କ ପରଲୋକ

ନୂଆଦିଲ୍ଲୀ: ରବିବାର ଦିନ ଦିଲ୍ଲୀରେ କରୋନା ସଂକ୍ରମିତ ହୋଇ ଶାସ୍ତ୍ରୀୟ ଗାୟକ ରାଜନ ମିଶ୍ରାଙ୍କ ଦେହାନ୍ତ ହୋଇଥିବା ସୂଚନା ମିଳିଛି। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ଦିଲ୍ଲୀର ସେଣ୍ଟ ଷ୍ଟିଫେନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ତାଙ୍କର ରବିବାର ଦିନ ହୃଦଘାତରେ ପରଲୋକ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଦେହାନ୍ତରେ ସମବେଦନା ଜଣାଇଛନ୍ତି। ମୋଦୀ କହିଛନ୍ତି ଯେ ଶାସ୍ତ୍ରୀୟ ସଂଗୀତ ଜଗତରେ ତାଙ୍କର ଅବିସ୍ମରଣୀୟ ଚିହ୍ନ ଛାଡିଥିବା ପଣ୍ଡିତ ରାଜନ ମିଶ୍ର ଜୀଙ୍କ ମୃତ୍ୟୁରେ ମୁଁ ଦୁଃଖିତ। ମିଶ୍ରଜୀଙ୍କର ମୃତ୍ୟୁ, କଳା ଏବଂ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଏହି ସମୟରେ ସମୟରେ ତାଙ୍କ ପରିବାର ଏବଂ ପ୍ରଶଂସକଙ୍କୁ ମୋର ସମବେଦନା।

Comments are closed.