Latest Odisha News

ରାଜସ୍ଥାନ ବିଧାନସଭା ନିର୍ବାଚନ: ୧୫ ଦିନରେ ନଗଦ ୨୪୪ କୋଟି ଟଙ୍କା ଜବତ

ଜୟପୁର: ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ଥାନରେ ବିଭିନ୍ନ ଏନଫୋର୍ସମେଣ୍ଟ ଏଜେନ୍ସି ଦ୍ୱାରା ବିଭିନ୍ନ କାର୍ଯ୍ୟନିର୍ବାହୀ ସଂସ୍ଥା ଗତ ୧୫ ଦିନ ମଧ୍ୟରେ ୨୪୪ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଓ ବେଆଇନ ସାମଗ୍ରୀ ଜବତ କରିଛନ୍ତି । ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି ।

ଅଧିକାରୀ କହିଛନ୍ତିଯେ, ରାଜ୍ୟରେ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ, ଏକ୍ସାଇଜ୍, ଆୟକର ଏବଂ ଅନ୍ୟାନ୍ୟ କାର୍ଯ୍ୟକାରୀ ଏଜେନ୍ସି ଦ୍ୱାରା କଡ୍ଡା ସଚେତନତା ଜାରି ହୋଇଛି ଏବଂ ବେଆଇନ ସାମଗ୍ରୀ, ମଦ, ଡ୍ରଗ୍ସ, ସୁନା ଓ ରୂପା ଇତ୍ୟାଦି ଜବତ କରିବାରେ ଏକ ନୂତନ ରେକର୍ଡ ସୃଷ୍ଟି ହୋଇଛି । ସେ ଆହୁରି କହିଛନ୍ତି ଯେ, ନିର୍ବାଚନ ବିଭାଗର ସମନ୍ୱୟ ଏବଂ ସହଯୋଗୀତା ହେତୁ ୨୦୨୩ ମସିହାରେ ମୋଟ ଏକ ହଜାର କୋଟିରୁ ଅଧିକ ଟଙ୍କା ଜବତ କରାଯାଇଛି ।

ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ ଗୁପ୍ତା ମଙ୍ଗଳବାର କହିଛନ୍ତି ଯେ, ଗତ ଜୁନ ମାସରୁ ୬୪୮ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ସେ କହିଛନ୍ତି ଯେ, ୨୦୨୩ ଅକ୍ଟୋବର ୯ ରୁ ଗତ ୧୫ ଦିନ ମଧ୍ୟରେ ୨୪୪ କୋଟି ଟଙ୍କା ମୂଲ୍ୟର ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି ।

ଅଧିକାରୀଙ୍କ କହିବାନୁସାରେ, ଚଳିତବର୍ଷ ବେଆଇନ ନଗଦ ଅର୍ଥ, ବେଆଇନ ମଦ, ଡ୍ରଗ୍ସ, ସୁନା ଓ ରୂପା ଇତ୍ୟାଦି ଜବତ କରିବାରେ ୩ ଗୁଣ ବୃଦ୍ଧି ଘଟିଛି । ସେ କହିଛନ୍ତି ଯେ, ୨୦୨୧ରେ ୩୨୨ କୋଟି ଟଙ୍କା, ୩୪୭ କୋଟି ଟଙ୍କା ଜବତ ହୋଇଥିବାବେଳେ, ୨୦୨୩ ମସିହାରେ ଏପର୍ଯ୍ୟନ୍ତ ୧୦୨୧ କୋଟି ଟଙ୍କା ଜବତ କରାଯାଇଛି ।

Comments are closed.