Latest Odisha News

କଶ୍ମୀରରେ ନିଆଁ ସହିତ ଖେଳୁଛନ୍ତି ଆତଙ୍କବାଦୀ: ରାଜସ୍ଥାନର ବ୍ୟାଙ୍କ ମ୍ୟାନେଜରଙ୍କୁ ହତ୍ୟା

ଶ୍ରୀନଗର : ହିଂସା ଓ ରକ୍ତର ହୋରି ଖେଳୁଛନ୍ତି ଆତଙ୍କବାଦୀ । ଟାର୍ଗେଟ କିଲିଂ ନାମରେ ଆଜି ଆଉ ଜଣେ ନିରୀହ ବ୍ୟାଙ୍କ ମ୍ୟାନେଜରଙ୍କୁ ସେମାନେ ହତ୍ୟା କରିଛନ୍ତି । ଆତଙ୍କବାଦୀଙ୍କ ଏହି ନିଆଁ ସହିତ ଖେଳିବା କେତେ ଭୟଙ୍କର ତାହା ସେମାନେ ହୃଦୟଙ୍ଗମ କରି ପାରୁ ନାହାନ୍ତି । କୁଲଗାମର ଆରେହ ଗ୍ରାମରେ ବ୍ୟାଙ୍କ ଭିତରେ ପଶି କାର୍ଯ୍ୟରତ ରାଜସ୍ଥାନର ବିଜୟ କୁମାରଙ୍କୁ ସେମାନେ ଗୁଳିମାଡ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନିଆ ଯାଇଥିଲେ ମଧ୍ୟ ବଂଚାଇବା ସମ୍ଭବପର ହୋଇ ନ ଥିଲା । ଗୁଳି କରିବା ପରେ ଆତଙ୍କବାଦୀମାନେ ଫେରାହ ହୋଇ ଯାଇଥିଲେ ।

ପୋଲିସ ସମ୍ପୃକ୍ତ ଅଂଚଳକୁ ସିଲ କରି ତଦନ୍ତ ଆରମ୍ଭ କରିଛି । ୪ ଦିନ ପୂର୍ବେ ବିଜୟ ମ୍ୟାନେଜର ଭାବେ ଦାୟିତ୍ୱ ସମ୍ଭାଳିଥିଲେ । ଗତକାଲି ଉପ ରାଜ୍ୟପାଳଙ୍କ ନିର୍ଦ୍ଦେଶ କ୍ରମେ ସଂଖ୍ୟା ଲଘୁ କର୍ମଚାରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ବଦଳି କରାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି । ୩୭୦ ଧାରା ଉଠିବା ପରେ ଏହି ଟାର୍ଗେଟ କିଲିଂ ଆରମ୍ଭ ହୋଇଛି । ଚଳିତ ମାସରେ ୬ଜଣଙ୍କୁ ହତ୍ୟା କରାଗଲାଣି ।

Comments are closed.