Latest Odisha News

BREAKING NEWS

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ

ଜୟପୁର: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ହତ୍ୟା ଧମକ। ଏହି ଧମକ ଦେଇଛି ବିକାନେର ସେଣ୍ଟ୍ରାଲ ଜେଲରେ ବନ୍ଦୀ ଥିବା କଏଦୀ ଆଦିଲ। ଏହାକୁ ମିଶାଇ ମୁଖ୍ୟମନ୍ତ୍ରୀଙ୍କୁ ଚତୁର୍ଥ ଥର ପାଇଁ ହତ୍ୟା ଧମକ ମିଳିଛି।

ଏହି ଘଟଣାକୁ ନେଇ ଏସପି କବିନ୍ଦର ସିଂହ ସାଗର କହିଛନ୍ତି ଯେ ଅଭିଯୁକ୍ତ ଜଣକ ବିକାନେର ସେଣ୍ଟ୍ରାଲ ଜେଲରୁ ଫୋନ୍ କରି ଏହି ହତ୍ୟା ଧମକ ଦେଇଛି। ଏହା ଜାଣିବାପରେ ପୋଲିସ ତୁରନ୍ତ ସେଠାରେ ପହଞ୍ଚି ଆଦିଲକୁ ହେପାଜତକୁ ନେଇ ପଚରାଉଚରା କରୁଛି।

ଅଭିଯୁକ୍ତ ହାତକୁ କିପରି ଫୋନ୍ ଆସିଲା ଓ ତାଙ୍କର ଉଦ୍ଦେଶ୍ୟ କଣ ସେ ବିଷୟରେ ବର୍ତ୍ତମାନ ତଦନ୍ତ ଚାଲିଛି ବୋଲି ଏସପି କହିଛନ୍ତି।ଆଦିଲ ଜଣେ ନିଶାଗ୍ରସ୍ତ ବ୍ୟକ୍ତି ଓ ତାଙ୍କର ମାନସିକ ସ୍ଥିତି ଠିକ ନଥିବାରୁ ସେ ପୂର୍ବରୁ ନିଜ ହାତ କାଟିଥିବା କଥା ଜଣାପଡିଛି। ତେବେ ତାଙ୍କ ନିକଟରୁ ଏକ ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି।

ଏହା ପୂର୍ବରୁ ବୁଧବାର ଦିନ ଉପମୁଖ୍ୟମନ୍ତ୍ରୀ ପ୍ରେମ ଚାନ୍ଦ ବୈରୱାଙ୍କୁ ମଧ୍ୟ ଜୟପୁର ସେଣ୍ଟ୍ରାଲ ଜେଲର ଜଣେ କଏଦୀ ହତ୍ୟା ଧମକ ଦେଇଥିଲେ। ଏହି ମାମଲାରେ ତା ପରଦିନ ପୋଲିସ ତିନିଜଣଙ୍କୁ ଅଟକ ରଖି ପଚରାଉଚରା କରିଥିଲା।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମାଙ୍କୁ ଏହା ପୂର୍ବରୁ ଦୌସା ସେଣ୍ଟ୍ରାଲ ଜେଲରୁ ଦୁଇଥର ଧମକ ମିଳିସାରିଛି। ତେବେ ଲଗାତାର ଭିଭିଆଇପିମାନଙ୍କୁ ମିଳୁଥିବା ଏହି ଧମକ ଯୋଗୁଁ ସମସ୍ତ ପୋଲିସ ବିଭାଗ ଭୟଭୀତ ରହିଛି।

 

Comments are closed.