Latest Odisha News

BREAKING NEWS

ଆଇପିଏଲ ୨୦୨୫: ପ୍ରଥମ ଦଳ ଭାବେ ରାଜସ୍ଥାନର ବନ୍ଦ ହେଲା ପ୍ଲେ ଅଫ ପ୍ରବେଶ ରାସ୍ତା

ବେଙ୍ଗାଲୁର: ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପ୍ରଥମ ଦଳ ଭାବେ ପ୍ଲେ ଅଫ ଦୌଡରୁ ପ୍ରାୟତଃ ବାଦ ପଡିଛି । କିଛି ଅସମ୍ଭବ ଓ ଅବିଶ୍ୱସନୀୟ ଭାଗ୍ୟ ଉପରେ ଦଳର ଶେଷ ଆଶା ରହିଛି । ୯ ମ୍ୟାଚରୁ ରାଜସ୍ଥାନ ମାତ୍ର ୪ ପଂଏଟ ହାସଲ କରିଛି । ଦଳ ଯଦି ବାକିତକ ମ୍ୟାଚ ଜିତେ ତେବେ ଓଭରାଲ ପଂଏଟ ୧୪ ହେବ । ବର୍ତମାନ ପଂଏଟ ଟେବୁଲକୁ ଅନୁଧ୍ୟାନ କଲେ ଏହା ପ୍ରାୟତଃ ଅସମ୍ଭବ ମନେ ହେଉଛି । ୪ରୁ ୫ ଟିମ ଅତି କମରେ ୧୬ ପଂଏଟ ହାସଲ କରିବା ସମ୍ଭାବନା ରହିଛି । ଗତ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୧୪ ପଂଏଟ ସହ ପ୍ଲେ ଅଫରେ ପ୍ରବେଶ କରିଥିଲା । ରାଜସ୍ଥାନର ଆଭରେଜ ମଧ୍ୟ ସେଭଳି ଉତ୍ସାହଜନ ରହି ନାହିଁ । ଅନ୍ୟ ଦଳର ପ୍ରଦର୍ଶନ ଉପରେ ଦଳର ଭାଗ୍ୟ ନିର୍ଭର କରିବ ।

ସେହିପରି ସନରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ ମୁକାବିଲାରେ ଯେଉଁ ଦଳ ହାରିବ ତାର ମଧ୍ୟ ପ୍ଲେ ଅଫ ପ୍ରବେଶ ଆଶା କ୍ଷୀଣ ହୋଇଯିବ । ରାଜସ୍ଥାନ କ୍ରମାଗତ ୩ଟି ମ୍ୟାଚରେ ବିଜୟ ସୁଯୋଗ ହାତଛଡା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଏବେ ଦଳ ତାର ପରବର୍ତୀ ମୁକାବିଲାରେ ଗୁଜରାଟ, ମୁମ୍ବାଇ, କୋଲକାତା, ଚେନ୍ନାଇ ଓ ପଞ୍ଜାବ ବିପକ୍ଷରେ ମ୍ୟାଚ ଖେଳିବ । ଆରସିବି ବିପକ୍ଷ ମ୍ୟାଚରେ ରାଜସ୍ଥାନ ୧୧ ରନରେ ପରାଜିତ ହୋଇଥିଲା । ଏହି ମ୍ୟାଚରେ ବିରାଟ କୋହଲି ବିସ୍ଫୋରକ ୭୦ ରନ କରିଥିଲେ ।

Comments are closed.