Latest Odisha News

BREAKING NEWS

ପଦ୍ମଶ୍ରୀ ରଜତ କୁମାର କରଙ୍କୁ ‘ମେହେର ସମ୍ମାନ’ ପ୍ରଦାନ

ଭୁବନେଶ୍ୱର : ସାପ୍ତାହିକ ଖବର କାଗଜ ଚିର ସନ୍ଧାନ ପକ୍ଷରୁ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି।

ପାର୍ଥ ସାରଥୀ ଅଜୟ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହକୁ ଲୋକାଯୁକ୍ତ ରାଜେନ୍ଦ୍ର ପ୍ରସାଦ ଶର୍ମା ଉଦଘାଟନ କରିଥିଲେ ।

ଏହି ଅବସରରେ ପଦ୍ମଶ୍ରୀ ରଜତ କୁମାର କରଙ୍କୁ ମେହେର ସମ୍ମାନ ଏବଂ ଡ. ଶୁଭ୍ରାଂଶୁ ଜେନା, ନିରୂପମା ଶତପଥୀ, ସର୍ବେଶ୍ୱର ମହନ୍ତ ଓ ପ୍ରତାପ ରାଉତଙ୍କୁ ସନ୍ଧାନ ସମ୍ମାନ ରେ ସମ୍ମାନିତ କରାଯାଇଥିଲା।

ଏହି ଉତ୍ସବରେ ଡ. ନରେନ୍ଦ୍ର କୁମାର ମିଶ୍ର, ସୌମେନ୍ଦ୍ର ପ୍ରିୟଦର୍ଶୀ, ଡ.ଲକ୍ଷ୍ମୀପ୍ରିୟା ବେହେରା, ବିଶିଷ୍ଟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମ ଶେଷରେ ସ୍ତମ୍ଭକାର ପ୍ରଦୋଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.