Latest Odisha News

ଧାମନଗର: ରାଜେନ୍ଦ୍ର ଦାସ ସ୍ବାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବେ!

ଭଦ୍ରକ: ବିଜେଡି ନେତା ତଥା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ସ୍ୱାଧୀନ ପ୍ରାର୍ଥୀ ଭାବରେ ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ସମ୍ଭାବନା ରହିଛି। ଉପନିର୍ବାଚନ ପାଇଁ ଶାସକ ଦଳ ଅବନ୍ତୀ ଦାସଙ୍କୁ ସୁଯୋଗ ଦେବା ପରେ ରାଜେନ୍ଦ୍ର ଏପରି କିଛି ନିଷ୍ପତ୍ତି ନେଇଥିବା ସୂଚନା ରହିଛି। ଯିଏକି ୨୦୧୪ରେ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୨୦୧୯ରେ ଅଳ୍ପ ବ୍ୟବଧାନରେ ଦିବଂଗତ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ନିକଟରୁ ପରାସ୍ତ ହୋଇଥିଲେ।

ସେ ଏବେ ନିଜେ ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବରେ ତାଙ୍କ ନାମାଙ୍କନପତ୍ର ଦାଖଲ କରିବାକୁ ଇଙ୍ଗିତ କରିଛନ୍ତି। ସେ କହିଛନ୍ତି, ମୁଁ ମୋର ଅନୁଗାମୀ, ଶୁଭେଚ୍ଛୁ ଏବଂ ନିର୍ବାଚନମଣ୍ଡଳୀର ଲୋକମାନଙ୍କ ସହିତ ପରାମର୍ଶ କରୁଛି। ଯଦି ସେମାନେ ଚାହାଁନ୍ତି, ତାହେଲେ ଶୁକ୍ରବାର ସେ ସୁନିଶ୍ଚିତ ଭାବେ ନାମାଙ୍କନ ଦାଖଲ କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ବିଜେପି ସ୍ୱର୍ଗତ ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରିଥିବାବେଳେ ବୁଧବାର କଂଗ୍ରେସ ବାବା ହରେକୃଷ୍ଣ ସେଠୀଙ୍କ ନାମ ଘୋଷଣା କରିଥିଲା। ଆଉ ବିଜେଡିକୁ ଛାଡି ବିଜେପି ଓ କଂଗ୍ରେସ ନାମାଙ୍କନ ଦାଖଲ କରିସାରିଛନ୍ତି।

ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି। ପ୍ରାର୍ଥୀମାନେ ସକାଳ ୧୧ ଟାରୁ ଅପରାହ୍ନ ୩ଟା ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିପାରିବେ। ନାମାଙ୍କନ ଯାଞ୍ଚ ଅକ୍ଟୋବର ୧୫ରେ ହେବ। ପ୍ରାର୍ଥୀମାନେ ଅକ୍ଟୋବର ୧୭ ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିପାରିବେ।ନଭେମ୍ବର ୩ ରେ ସକାଳ ୭ ଟାରୁ ୬ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ କରାଯିବ। ଭୋଟ୍ ଗଣତି ନଭେମ୍ବର ୬ରେ  ହେବ।

Comments are closed.