Latest Odisha News

BREAKING NEWS

ନୀରଜ ଗ୍ୟାଙ୍ଗ ବିରୋଧରେ ହାତ ମିଳାଇଲେ ରାଜେଶ, ଗୋଲ୍ଡି,ଲରେନ୍ସ ଗ୍ରୁପ

ନୂଆଦିଲ୍ଲୀ: ନୂଆଦିଲ୍ଲୀ, ପଞ୍ଜାବ ଓ ହରିୟାଣାରେ ବଡ ଧରଣର ଗ୍ୟାଙ୍ଗୱାର ହେବାକୁ ଯାଉଥିବା ପୋଲିସ ବିଭାଗ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ନିକଟରେ ରାଜେଶ ବବାନିଆ ଗ୍ୟାଙ୍ଗର ୪ ବଦମାସ ଧରାପଡିବା ପରେ ସେମାନଙ୍କ ନିକଟରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । ନୀରଜ ବାବାନିଆ ଗ୍ୟାଙ୍ଗ ବିରୋଧରେ ରାଜେଶ ବାବନିଆ, ଗୋଲ୍ଡୀ ବରାର ଓ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ହାତ ମିଳାଇଛନ୍ତି । ଉପରୋକ୍ତ ବଦମାସ ଧରାପଡିବା ପରେ ରାଜସ୍ଥାନର ଝୁଝୁନ ଓ ବାହାଦୂରଗଡ ଲୁଟର ପର୍ଦ୍ଦାଫାଶ ହୋଇପାରିଛି । ସେମାନେ ବଜୀରପୁରର ଆବିଦ ନାମକ ବ୍ୟକ୍ତିଙ୍କୁ ମାରିବାକୁ ଯାଉଥିବା ବେଳେ ଧରା ପଡିଥିଲେ । ସେମାନଙ୍କ ବୟାନ ପରେ ଅଣ୍ଡରୱାର୍ଲ୍ଡରେ ନୀରଜ ଗ୍ୟାଙ୍ଗ ତାଙ୍କ ସ୍ଥିତି ମଜଭୁତ କରୁଥିବାରୁ ଏହି ୩ ଗ୍ୟାଙ୍ଗ ତାର ବିରୋଧୀ ହୋଇଛନ୍ତି ବୋଲି ଜଣାପଡିଛି ।

ରାଜେଶର ସବୁଠାରୁ ବଡ ଶତ୍ରୁ ମାଧ୍ୟମରେ ନୀରଜ କ୍ରାଇମ ଦୁନିଆରେ ପାଦ ଥାପିଥିଲା । ପରେ ସେ ଗ୍ୟାଙ୍ଗର କମାଣ ନିଜ ହାତରେ ରଖିଥିଲା । ଦିଲ୍ଲୀରେ ନୀରଜ ନାମରେ ୧୦୦ରୁ ଊର୍ଦ୍ଧ୍ୱ କେସ ରହିଛି । ନୀରଜ ଏବଂ ରାଜେଶ ଗୋଷ୍ଠୀ ମଧ୍ୟରେ ଦୀର୍ଘ ଦିନ ହେବ ଗ୍ୟାଙ୍ଗ ୱାର ଚାଲିଛି । ପଞ୍ଜାବ, ହରିୟାଣା ଓ ଦିଲ୍ଲୀରେ ଏ ନେଇ ପୋଲିସକୁ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.