Latest Odisha News

BREAKING NEWS

ଚାରିଧାମରେ ବାହାରିଲେ ରଜନୀକାନ୍ତ , କଲେ ବଦ୍ରିନାଥ ଦର୍ଶନ

ମୁମ୍ବାଇ: ସୁପରଷ୍ଟାର ରଜନୀକାନ୍ତ ଫିଲ୍ମ ‘ଜେଲର’କୁ ନେଇ ଏବେ ଖୁବ୍ ଚର୍ଚ୍ଚାରେ । ଏହି ଫିଲ୍ମକୁ ଲୋକେ ଖୁବ୍ ପସନ୍ଦ କରିଛନ୍ତି । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରୁଛି । ଏନେଇ ସେ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥିସହ ଏହି ଖୁସିରେ ସେ ଏବେ ଚାରି ଧାମ ଯାତ୍ରାରେ ବାହାରିଛନ୍ତି । ନିକଟରେ ସେ ବଦ୍ରିନାଥ ମନ୍ଦିର ଦର୍ଶନ କରିଛନ୍ତି । ଏହି ସମୟର ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହେଉଛି ।

ରଜନୀକାନ୍ତ ତାଙ୍କ ବଡ଼ିଗାର୍ଡ଼ ସହ ବଦ୍ରିନାଥ ମନ୍ଦିରରେ ପହଞ୍ôଚଥିଲେ । ସେଠାରେ ପୂଜାର୍ଚ୍ଚନା କରିବା ସହ ପ୍ରଭୁଙ୍କ ଆର୍ଶିବାଦ ନେଇଥିଲେ । ପରେ ମନ୍ଦିର ବାହାରକୁ ଆସି ପ୍ରଶଂସକଙ୍କୁ ଦେଖା କରିଥିଲେ । ପ୍ରଶଂସକମାନେ ତାଙ୍କ ପ୍ରିୟ ଅଭିନେତାଙ୍କ ଟିକେ ଝଲକ ଦେଖିବା ପାଇଁ ଭିଡ଼ ଜମାଇଥିଲେ । ରଜନୀକାନ୍ତ ପ୍ରଶଂସକଙ୍କ ସହ ସେଲ୍‌ଫି ନେବାକୁ ଠେଲାପେଲା ହୋଇଥିଲେ । ବଦ୍ରିନାଥରେ ଗୋଟିଏ ଦିନ ରହିବା ପରେ ରଜନୀକାନ୍ତ କେଦାରନାଥ ଦର୍ଶନ କରିବାକୁ ଯିବାର କାର୍ଯ୍ୟକ୍ରମ ଥିବା ଜଣାଯାଇଛି ।

ନିକଟରେ ରିଲିଜ୍ ହୋଇଯାଇଛି ରଜନୀକାନ୍ତଙ୍କ ଫିଲ୍ମ ଜେଲର । ଏହି ଫିଲ୍ମ ରିଲିଜ ଦିନ ଛୁଟି ଘୋଷଣା କରାଯାଇଥିଲା । ୯୦୦ ସ୍କ୍ରିନରେ ଦର୍ଶକେ ଏହାକୁ ଦେଖିବାକୁ ପାଇଥିଲେ । ଦୁଇ ବର୍ଷ ପରେ ଅଭିନେତାଙ୍କ ଫିଲ୍ମ ରିଲିଜ ହୋଇଥିବାରୁ ଏହା ପ୍ରଥମ ଦିନ ଭଲ ରୋଜଗାର କରିଥିଲା । ତେବେ ଏଥିରେ ଅନ୍ୟ ପ୍ରମୁଖ କଳାକାର ଭାବେ ତମନ୍ନା ଭାଟିଆ, ରାମ୍ୟା କୃଷ୍ଣନନ, ଯୋଗୀ ବାବୁ, ବିନାୟକନ, ମୋହନଲାଲ ଏବଂ ଜ୍ୟାଙ୍କି ଶ୍ରଫ ପ୍ରମୁଖ ନଜର ଆସୁଛନ୍ତି ।

Comments are closed.