ନୂଆଦିଲ୍ଲୀ: ଅଭିନେତା ରାଜକୁମାର ରାଓଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଏକ ଖୁସି ଖବର। ରାଜକୁମାର ରାଓ ୨୦୨୧ ମସିହାରେ ଅଭିନେତ୍ରୀ ଭୁମି ପେଡନେକରଙ୍କ ସହ ଫିଲ୍ମ ‘ବାଧାଇ ଦୋ’ର ସୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ରାଜକୁମାର ରାଓ ଏବଂ ଭୁମି ପେଡନେକର ନିଜେ ସୋସିଆଲ ମିଡିଆରେ ଏହାକୁ ନିଶ୍ଚିତ କରିଛନ୍ତି। ରାଜକୁମାର ରାଓଙ୍କ ‘ବାଧାଇ ଦୋ’ ଆୟୁଷ୍ମାନ ଖୁରାନାଙ୍କ ସୁପରହିଟ୍ ଫିଲ୍ମ ‘ବାଧାଇ ହୋ’ର ସିକ୍ୱେଲ।
ଏଥି ସହିତ ରାଜକୁମାର ରାଓଙ୍କୁ ବଲିଉଡର କିମ୍ବଦନ୍ତୀ ଚଳଚ୍ଚିତ୍ର ‘ଚୁପ୍କେ ଚୁପ୍କେ’ର ରିମେକରେ ମଧ୍ୟ ଦେଖିବାକୁ ମିଳିବ। ରିପୋର୍ଟ ଅନୁଯାୟୀ, ‘ବାଧାଇ ଦୋ’ର ସୁଟିଂ ଶେଷ ହେବା ପରେ ରାଜକୁମାର ଏହି ଫିଲ୍ମର ସୁଟିଂ ଆରମ୍ଭ କରିବେ। ୧୯୭୫ରେ ମୁକ୍ତିଲାଭ କରିଥିବା କମେଡି ଚଳଚ୍ଚିତ୍ର ‘ଚୁପ୍କେ ଚୁପ୍କେ’ ବଲିଉଡର ଏକ ପ୍ରମୁଖ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ଏହି ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର ବଟାନୀର ପ୍ରଫେସର ପ୍ୟାରିମଲ ଏବଂ ଅମିତାଭ ବଚ୍ଚନ ଇଂରାଜୀ ପ୍ରଫେସର ‘ସୁକୁମାର ସିହ୍ନା’ର ଚରିତ୍ରରେ ଅଭିନୟ କରିଥିଲେ।
ସୂଚନାଯୋଗ୍ୟ ରାଜକୁମାର ରାଓ ‘ଚୁପ୍କେ ଚୁପ୍କେ’ର ଏହି ସିକ୍ୱେଲରେ ଧର୍ମେନ୍ଦ୍ରଙ୍କ ଉଦ୍ଭିଦ ବିଜ୍ଞାନର ପ୍ରଫେସର ଭୂମିକାରେ ନଜର ଆସିବେ। ତେବେ ଅମିତାଭଙ୍କ ଇଂରାଜୀ ପ୍ରଫେସର ‘ସୁକୁମାର ସିହ୍ନା’ର ଭୂମିକା ପାଇଁ ଜଣେ ଅଭିନେତା ଖୋଜା ଚାଲିଛି।
BREAKING NEWS
- ଆଇପିଏଲରୁ ଅବସର କାହିଁକି ନେଲେ କହିଲେ ଅଶ୍ୱୀନ
- ଟି୨୦: ଟିମ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ୮ ଓପନରଙ୍କ ମଧ୍ୟରେ ହେବ ପ୍ରତିଦ୍ୱନ୍ଦ୍ୱିତା
- ଉତ୍କଳିକା – କୋଚିନ ଓଡ଼ିଆ ସଂଘ ଦ୍ୱାରା ୧୬ତମ ପ୍ରତିଷ୍ଠା ଦିବସ ଓ ଉତ୍କଳ ଦିବସ ପାଳିତ
- ସିଙ୍ଗାପୁରରେ ପାଳିତ ହେଲା ଉତ୍କଳ ଦିବସ ୨୦୨୬, ମନମୁଗ୍ଧ କଲେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦାମ ପ୍ରଧାନ
- ବାହାର ରାଜ୍ୟର ପୁରୁଣା ବାଣିଜ୍ୟିକ ଗାଡ଼ି ମନା
- LPG ପରି PNG ମଧ୍ୟ ଆମଦାନୀ ଏବଂ ରପ୍ତାନି କରାଯାଇପାରେ କି?
- ରାହୁଲଙ୍କ ମୃତ୍ୟୁ ପାଇଁ ଦାୟୀ କିଏ?
- Rugby Championship: ଆରମ୍ଭ ହେଲା ୬୯ତମ SGFI ରଗବୀ ଚାମ୍ପିଅନସିପ୍; କଳିଙ୍ଗ ଷ୍ଟାଡିୟମରେ ୧୫ ରାଜ୍ୟର ଯୁବ ଖେଳାଳୀ
- ସ୍କୁଲ ହଷ୍ଟେଲରେ ସିନିୟରଙ୍କ ମାଡରେ ୨ ଜୁନିୟର ଛାତ୍ର ଗୁରୁତର
- ଲିଙ୍ଗରାଜ ମନ୍ଦିରରେ ସେବାୟତ ହାତାହାତି, ମହାପ୍ରଭୁଙ୍କ ନୀତିକାନ୍ତି ବନ୍ଦ…
Comments are closed.