Latest Odisha News

BREAKING NEWS

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଲେ ରଜନୀ ବାଲା ହତ୍ୟାକାଣ୍ଡର ଅପରାଧୀ

କୁଲଗାମ: ଟାର୍ଗେଟ କିଲିଂ ଆଳରେ ନିରୀହ ଓ ସାଧାରଣ ନାଗରିକଙ୍କୁ ହତ୍ୟା କରୁଥିବା ଆତଙ୍କବାଦୀଙ୍କ କାଳ ସାଜିଛନ୍ତି ସୁରକ୍ଷା କର୍ମୀ । କିଛି ଦିନ ତଳେ ଜଣେ ବ୍ୟାଙ୍କ କର୍ମଚାରୀ ଓ ଶିକ୍ଷୟତ୍ରୀଙ୍କୁ ହତ୍ୟା କରିଥିବା ଲଶ୍କର ଏ ତୋଇବାର ୨ ଆତଙ୍କବାଦୀ ସୁରକ୍ଷାକର୍ମୀଙ୍କ ଗୁଳିରେ ସଫା ହୋଇଛନ୍ତି । ୩୧ ମେରେ ଗୋପାଲପୋରେରେ ଶିକ୍ଷୟତ୍ରୀ ରଜନୀ ବାଲାଙ୍କୁ ପ୍ରାର୍ଥନା ସମୟରେ ସ୍କୁଲ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା । ଏଥିରେ ସମ୍ପୃକ୍ତ ଆତଙ୍କୀଙ୍କୁ ଏନକାଂଉଟର କରିବାରେ ସୁରକ୍ଷାକର୍ମୀ ସଫଳ ହୋଇଛନ୍ତି । ଏବେ ଅନନ୍ତନାଗ ଜିଲାର କୋକରନାଗା ଅଂଚଳରେ ପୋଲିସ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଛି । ସମ୍ପୃକ୍ତ ଅଂଚଳକୁ ସିଲ କରାଯାଇ ସର୍ଚ୍ଚ ଅପରେଶନ ଜାରୀ କରାଯାଇଛି ।

ସୂଚନାଯୋଗ୍ୟ, ଏବେ କିଛି ଦିନ ହେବ ଘାଟୀରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଆତଙ୍କବାଦୀମାନେ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କିଲିଂ କରୁଛନ୍ତି । ସୁରକ୍ଷାକର୍ମୀ ଓ ସ୍ଥାନୀୟ ପୋଲିସ ଆତଙ୍କବାଦୀଙ୍କ ଗତିବିଧି ଉପରେ କଡା ନଜର ରଖିଛନ୍ତି ।

Comments are closed.