Latest Odisha News

୪ ଦିନରେ ରଜନୀକାନ୍ତଙ୍କ ଅନ୍ନାଥେ କଲେକ୍ସନ କଲାଣି ୧୭୪ କୋଟି !

ଚେନ୍ନାଇ: ସୁପରଷ୍ଟାର ରଜନୀକାନ୍ତଙ୍କ ନୂତନ ଫିଲ୍ମ ଅନ୍ନାଥେ ବକ୍ସ ଅଫିସରେ ଝଡ ସୃଷ୍ଟି କରିଛି । ରିଲିଜର ୪ ଦିନ ମଧ୍ୟରେ ଏହି ଫିଲ୍ମ ୱାର୍ଲ୍ଡୱାଇଡ ୧୭୪ କୋଟି ଟଙ୍କା ଆୟ କରି ସାରିଛି । ଦକ୍ଷିଣ ଭାରତର ଅଧିକାଂଶ ହଲରେ ଏହା ହାଉସଫୁଲ ଚାଲିଛି । ୧୦୦ କୋଟିରୁ ଅଧିକ ଆୟ କରିବାରେ ଏହା ରଜନୀକାନ୍ତ ୯ମ ଫିଲ୍ମ । ଫିଲ୍ମର ନିର୍ଦ୍ଦେଶକ ଶିବା ଏହାର ସଫଳତା ନେଇ ସମ୍ପୂର୍ଣ୍ଣ ଭାବେ ଆଶାୟୀ ଥିଲେ । ଏହି ଫିଲ୍ମରେ ଖୁସୁବୁ ସୁନ୍ଦର, ମୀନା ଓ ଜଗପଥୀ ବାବୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।

BjdElectrycity

ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଫିଲ୍ମ ସହ ଏହା ଏକତ୍ର ରିଲିଜ ହୋଇଥିଲା । ନିକଟରେ ରଜନୀକାନ୍ତ ଅସୁସ୍ଥ କାରଣରୁ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଏବେ ସେ ସମ୍ପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି । ସୂଚନାଯୋଗ୍ୟ, ଅସୁସ୍ଥତା କାରଣରୁ ସେ ରାଜନୀତିରୁ ଓହରି ଯାଇଥିଲେ ।

Leave A Reply

Your email address will not be published.