Latest Odisha News

BREAKING NEWS

ବେଲରୁ ବାହାରି ଫିଲ୍ମ ସୁଟିଂ କଲେ ରାଜପାଲ ଯାଦବ

ମୁମ୍ବାଇ: ଅଭିନେତା ରାଜପାଲ ଯାଦବଙ୍କୁ ଚେକ୍-ବାଉନ୍ସ ମାମଲାରେ ଜେଲରୁ ବେଲ ମିଳିବା ପରେ ସେ ମୁମ୍ବାଇରେ ପହଞ୍ଚି କାମକୁ ଫେରିଛନ୍ତି। ଏ ନେଇ ସେ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ତାଙ୍କର ଆଗାମୀ କମେଡି ଫିଲ୍ମ “ୱେଲକମ୍ ଟୁ ଦି ଜଙ୍ଗଲ” ସେଟ୍ ରୁ ଏକ ସ୍ୱତନ୍ତ୍ର ଭ୍ୟାନିଟି ଭିଡିଓ ସେୟାର କରିଛନ୍ତି।

ତେବେ ସେ ଫେବୃଆରୀ ୨୮ ତାରିଖରେ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର ମଧ୍ୟ ଯୋଜନା ରଖିଥିବା ସୂଚନା ମିଳିଛି। ତେବେ “ୱେଲକମ୍ ଟୁ ଦି ଜଙ୍ଗଲ” ଫିଲ୍ମ ଅହମ୍ମଦ ଖାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଏଥିରେ ୩୦ରୁ ଅଧିକ ପ୍ରମୁଖ ଅଭିନେତା ଥିବା ନେଇ ରିପୋର୍ଟ୍ ରୁ ଜଣାପଡ଼ିଛି। ଯେଉଁଥିରେ ଅକ୍ଷୟ କୁମାର, ସୁନିଲ ଶେଟ୍ଟି, ଜ୍ୟାକି ଶ୍ରଫ୍, ରବୀନା ଟଣ୍ଡନ, ଦିଶା ପଟାନି, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ଅର୍ଶଦ ୱାର୍ସି, ପରେଶ ରାୱଲ୍, ଜନି ଲିଭର, ରାଜପାଲ ଯାଦବଙ୍କ ଭଳି ପ୍ରମୁଖ କଳାକାର ମାନେ ସାମିଲ ଅଛନ୍ତି।

ରାଜପାଲ ଜେଲରୁ ମୁକ୍ତି ପାଇବା ପରେ ଇନଷ୍ଟାଗ୍ରାମରେ ତାଙ୍କର ପ୍ରଥମ ଭିଡିଓ ସେୟାର କରି କାମକୁ ଫେରିଥିବା ନେଇ ସୂଚନା ଦେଇଛନ୍ତି। ସେ ତାଙ୍କ ପ୍ରଶଂସକମାନଙ୍କୁ ସେମାନଙ୍କର ପ୍ରେମ ଏବଂ ଆଶୀର୍ବାଦ ପାଇଁ ଧନ୍ୟବାଦ ଜଣାଇଥିଲେ।

ସେ ପ୍ରଥମେ ୧୯୯୭ ଜୁନ୍ ୩୦ରେ ମୁମ୍ବାଇ ଆସିଥିଲେ ଏବଂ ସେହିଠାରୁ ତାଙ୍କର ଯାତ୍ରା ଆରମ୍ଭ ହୋଇଥିଲା ଓ ଆସନ୍ତା ବର୍ଷ ବଲିଉଡରେ ୩୦ବର୍ଷ ପୂରଣ କରିବେ ବୋଲି ମଧ୍ୟ ସେ କହିଥିଲେ।

 

Comments are closed.