Latest Odisha News

ଟି୨୦: ଭାରତକୁ ବିଶ୍ୱକପ ଜିତାଇଥିବା ରାଜପୁତ ହେଲେ ୟୁଏଇ କୋଚ

ନୂଆଦିଲ୍ଲୀ: ଭାରତର ପୂର୍ବ କ୍ରିକେଟର ଲାଲଚାନ୍ଦ ରାଜପୁତଙ୍କୁ ୟୁଏଇ ମୂଖ୍ୟ କୋଚ ଭାବେ ନିଯୁକ୍ତ କରିଛି । ସେ ମୁଦାସର ନଜରଙ୍କ ସ୍ଥାନରେ ଏହି ଦାୟିତ୍ୱ ତୁଲାଇବେ । ଟି୨୦ ବିଶ୍ୱକପକୁ ଆଖି ଆଗରେ ରଖି ୟୁଏଇ ବୋର୍ଡ ଏହି ନିଷ୍ପତି ନେଇଛି । ସୂଚନାଯୋଗ୍ୟ, ରାଜପୁତଙ୍କ ପ୍ରଶିକ୍ଷଣରେ ଭାରତ ୨୦୦୭ ଟି୨୦ ବିଶ୍ୱକପ ଟାଇଟଲ ହାସଲ କରିଥିଲା । ସେ ସମୟରେ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେଇଥିଲେ । ରାଜପୁତ ଭାରତ ପକ୍ଷରୁ ୬ଟି ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ଅବସର ପରେ ସେ କୋଚିଂ ଆରମ୍ଭ କରିଥିଲେ ଏବଂ ଭାରତର ଏକ ସଫଳ କୋଚ ଭାବେ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ ।

ସେ ଆଫଗାନିସ୍ତାନ, ଜିମ୍ବାୱେ ଟିମର କୋଚ ମଧ୍ୟ ରହି ସାରିଛନ୍ତି । ୟୁଏଇ ଟିମରେ ଭଲ ଖେଳାଳି ରହିଛନ୍ତି । ସେମାନଙ୍କ ସହ କାମ କରିବାକୁ ମୁଁ ବେଶ ଆଗ୍ରହୀ ବୋଲି ରାଜପୁତ କହିଛନ୍ତି । ଆଇସିସି କ୍ରିକେଟ ବିଶ୍ୱକପ ଲିଗ ୨ ଦିନିକିଆ ତ୍ରିରାଷ୍ଟ୍ରୀୟ ସିରିଜରୁ ଦାୟିତ୍ୱ ଆରମ୍ଭ କରିବେ । ଫେବୃୟାରୀ ୨୮ରୁ ଏହି ସିରିଜ ଆରମ୍ଭ ହେବ ।

Comments are closed.