Latest Odisha News

BREAKING NEWS

ରାଜ୍ୟସଭା ଉପନିର୍ବାଚନ: ଆଜି ନାମାଙ୍କନ ଦାଖଲ କରିବେ ୩ ପ୍ରାର୍ଥୀ

ଭୁବନେଶ୍ୱର : ରାଜ୍ୟସଭା ଉପନିର୍ବାଚନ ଲାଗି ସୋମବାର ଦିନ ଓଡିଶାରୁ ନାମାଙ୍କନ ପତ୍ର ଦାଖଲ କରିବେ ୩ ଜଣ ପ୍ରାର୍ଥୀ ।

ଆଜି ପାଖାପାଖି ୧୨ଟା ୩୦ମି. ସମୟରେ ବିଧାନସଭା ମିଟିଂ ହଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡି ପକ୍ଷରୁ ୨ ପ୍ରାର୍ଥୀ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର ନାମାଙ୍କନ ଦାଖଲ କରିବେ ବୋଲି ବିଧାନସଭା ସେକ୍ରେଟାରୀଏଟ୍ ସୁତ୍ରରୁ ପ୍ରକାଶ ।

ସେହିପରି ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ପ୍ରାୟ ୧ଟା ୩୦ମି. ସମୟରେ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣାପଡିଛି ।

Leave A Reply

Your email address will not be published.