Latest Odisha News

ଏଫଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ: ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ ରାକେଶ

ଭୁବନେଶ୍ୱର: ହଙ୍ଗେରୀର ସୋମ୍ବାଥୋରେ ଏଫଆଇଜି ବିଶ୍ୱ ଚ୍ୟାଲେଞ୍ଜ କପ ଆୟୋଜିତ ହେବ । ଏହା ଅକ୍ଟୋବର ୪ରୁ ୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ଓଡିଶାର ରାକେଶ କୁମାର ପାତ୍ର ଆର୍ଟିଷ୍ଟିକ ଜିମ୍ନାଷ୍ଟିକ୍ସରେ ଅଂଶଗ୍ରହଣ କରିବେ । ଓଡିଶାର ଏହି ଷ୍ଟାର ଜିମ୍ନାଷ୍ଟ ଦୀର୍ଘ ଦିନ ହେବ ଆନ୍ତର୍ଜାତୀୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରାଜ୍ୟ ତଥା ଦେଶର ମାନ ବଢ଼ାଇଛନ୍ତି । ଓଡିଶା ଜିମ୍ନାଷ୍ଟ ସଂଘର ସମ୍ପାଦକ ଅଶୋକ ସାହୁ କହିଛନ୍ତି ରାକେଶ ଅଂଶଗ୍ରହଣ କରିବା ଆମ ପାଇଁ ଗର୍ବର ବିଷୟ ।

ରାଜ୍ୟ ସଂଘ ସଭାପତି ସମୀର ଦେ, ଓଡିଶା ଫୁଟବଲ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ଓ ଓଡିଶା ଅଲିମ୍ପିକ ସଂଘ ସମ୍ପାଦକ ଅଭିିଜିତ ପାଲ ତାଙ୍କୁ ଭଲ ପ୍ରଦର୍ଶନ କରିବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ରାକେଶ ଏବେ ଭାରତୀୟ ନୌସେନାରେ କାର୍ଯ୍ୟରତ ଅଛନ୍ତି । ରାକେଶ ନିଶ୍ଚିତ ଭାବେ ପଦକ ଜିତିବେ ବୋଲି ସଂଘ ପକ୍ଷରୁ ଆଶା ବ୍ୟକ୍ତ କରାଯାଇଛି । ଏହି ପ୍ରତିଯୋଗିତାରେ ବିଶ୍ୱର ଅନେକ ପ୍ରତିଷ୍ଠିତ ଜିମ୍ନାଷ୍ଟ ଅଂଶଗ୍ରହଣ କରିବେ ।

Leave A Reply

Your email address will not be published.