Latest Odisha News

BREAKING NEWS

ରାକ୍ଷୀ ସାୱନ୍ତଙ୍କୁ ଗିରଫ କଲା ମୁମ୍ବାଇ ପୁଲିସ; ଟ୍ୱିଟ୍ କରି ଶେର୍ଲିନ୍‌ଙ୍କ ସୂଚନା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଡାନ୍ସର ରାକ୍ଷୀ ସାୱନ୍ତଙ୍କୁ ଗିରଫ। ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି ଅଭିନେତ୍ରୀ ଶେର୍ଲିନ ଚୋପ୍ରା। ସୂଚନା ଅନୁସାରେ ଶେର୍ଲିନଙ୍କ ଅଭିଯୋଗ କ୍ରମେ ମୁମ୍ବାଇର ଅମ୍ବୋଲି ପୁଲିସ ରାକ୍ଷୀଙ୍କୁ ଥାନାରେ ଅଟକ ରଖିଛି। ତେବେ ଆଜି ଅପରାହ୍ନ ୩ଟାରେ ରାକ୍ଷୀ ସ୍ୱାମୀ ଆଦିଲ ଦୁର୍ରାନୀଙ୍କ ସହ ମିଶି ନିଜର ଏକ ଡାନ୍ସ ଆକାଡେମୀ ଲଞ୍ଚ୍ କରିଥାନ୍ତେ। ହେଲେ ତା ପୂର୍ବରୁ ପୁଲିସ ତାଙ୍କୁ ଅଟକ ରଖିଛି ବୋଲି ସୂଚନା ମିଳିଛି।

ସାଜିଦ୍ ଖାନ୍‌ଙ୍କୁ ନେଇ ମୁହାଁମୁଁହି ହୋଇଥିଲେ ଶେର୍ଲିନ-ରାକ୍ଷୀ

ରାକ୍ଷୀଙ୍କ ଗିରଫଦାରୀକୁ ନେଇ ଟ୍ୱିଟରରେ ଶେୟାର କରି ସୂଚନା ଦେଇଛନ୍ତି ଅଭିନେତ୍ରୀ ଶେର୍ଲିନ ଚୋପ୍ରା। ଏନେଇ ସେ ଲେଖିଛନ୍ତି “ବ୍ରେକିଂ ନ୍ୟୁଜ୍, ଏଫ୍‌ଆଇର୍‌ ୮୮୩/୨୦୨୨ରେ ଗତକାଲି ଅମ୍ବୋଲି ପୁଲିସ ରାକ୍ଷୀ ସାୱନ୍ତଙ୍କୁ ଗିରଫ କରିଛି। ରାକ୍ଷୀ ସାୱନ୍ତଙ୍କର ଏବିଏ ୧୮୭୦/୨୦୨୨ ମୁମ୍ବାଇ ସେସନ କୋର୍ଟରେ ରଦ୍ଦ ହୋଇଥିଲା।”

ସୂଚନା ଅନୁସାରେ ଗତବର୍ଷ ସାଜିଦ୍ ଖାନ୍‌ଙ୍କ ଉପରେ ଶେର୍ଲିନ୍‌ ଚୋପ୍ରା ଲଗାଥିବା ମିଠି ଅଭିଯୋଗକୁ ନେଇ ରାକ୍ଷୀ ଓ ଶେର୍ଲିନ ମୁହାଁମୁହିଁ ହୋଇଥିଲେ। ରାକ୍ଷୀ ସାଜିଦ୍‌ଙ୍କ ସମର୍ଥନରେ ଶେର୍ଲିନ୍‌ଙ୍କୁ ସମାଲୋଚନା କରିଥିଲେ। ଅକ୍ଟୋବର ୨୯ ତାରିଖରେ ଶେର୍ଲିନ ସାଜିଦ୍ ଖାନ୍‌ଙ୍କ ବିରୋଧରେ ନିଜର ଟିପ୍ପଣି ରେକର୍ଡ କରାଇ ସାରିବା ପରେ ସଲମାନ ଖାନ୍‌ଙ୍କୁ ଟାର୍ଗେଟ୍ କରିଥିଲେ। ସଲମାନ ସାଜିଦ୍‌ଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।  ହେଲେ ରାକ୍ଷୀ ସାଜିଦ୍‌ଙ୍କୁ ସମର୍ଥନ କରି ଶେର୍ଲିନଙ୍କ ଉପରେ ବର୍ଷିଥିଲେ।  ପୁଲିସ ଜାଣିଛି ଯେ କେଉଁ ଅଭିଯୋଗ ସତ ଓ କେଉଁଟି ମିଛ ବୋଲି ରାକ୍ଷୀ କହିଥିଲେ। ଏହାପରେ ଶେର୍ଲିନ ଚୋପ୍ରା ରାକ୍ଷୀ ସାୱନ୍ତଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ।

Leave A Reply

Your email address will not be published.