Latest Odisha News

BREAKING NEWS

ମୋତେ ହତ୍ୟା କରିବାକୁ ଯୋଜନା କରାଯାଉଛି, ଏମିତି କହିଲେ ଡ଼୍ରାମା କୁଇନ୍ ରାଖୀ ସାୱନ୍ତ

ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ଭାବେ ପରିଚିତ ରାଖି ସାୱନ୍ତ ଅଧିକାଂଶ ସମୟ କୌଣସି ନା କୌଣସି କାରଣକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ବ୍ୟକ୍ତିଗତ ଜୀବନ ହେଉ କି ପ୍ରୋଫେସନାଲ ଜୀବନ, ସବୁବେଳେ ଚର୍ଚ୍ଚାରେ ଥାନ୍ତି ରାଖି । ଏବେ ତାଙ୍କ ଜୀବନ ପ୍ରତି ବିପଦ ରହିଛିି । ମୋତେ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରାଯାଉଛି ବୋଲି କହିଛନ୍ତି ରାଖି । ସେ ଯାଉଥିବା ଜିମରେ ନିକଟରେ ଅଗ୍ନିକାଣ୍ଡ ହେବା ପରେ ମୋତେ ମାରିବା ପାଇଁ ନିଆଁ ଲଗାଯାଇଛି ବୋଲି ଅଭିଯୋଗ କରିଛନ୍ତି ରାଖି ।

କିଛି ମାସ ହେବ ସେ ନିଜର ଦ୍ୱିତୀୟ ସ୍ୱାମୀ ଆଦିଲ ଖାନ୍ ଦୁରାନୀଙ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି ରାଖି । ଉଭୟ ଉଭୟଙ୍କ ପ୍ରତି ଦୋଷାରୋପ ଦେଇ ଚାଲିଛନ୍ତି । ରାଖି କିଛି ମାସ ତଳେ ଆଦିଲଙ୍କ ବିରୋଧରେ ଅନେକ ଅଭିଯୋଗ କରିଥିଲେ ଯେଉଁଥିପାଇଁ ତାଙ୍କୁ ଜେଲ ଯିବାକୁ ପଡ଼ିଥିଲା । ଜେଲରୁ ବାହାରିବା ପରେ ଆଦିଲ ମଧ୍ୟ ରାଖିଙ୍କ ଉପରେ ଅନେକ ଆରୋପ ଲଗାଇଥିଲେ । ରାଖିଙ୍କ ପାଇଁ ତାଙ୍କ ଜୀବନ ନଷ୍ଟ ହେବା ସହ ତାଙ୍କ ପରିବାର ଲୋକେ ରୋଗଗ୍ରସ୍ତ ହୋଇଥିବା ନେଇ କହିଥିଲେ ଆଦିଲ । ଏବେ ଆଦିଲଙ୍କ ଆରୋପ ପରେ ରାଖି ପୁଣି ଥରେ ତାଙ୍କୁ ଟାର୍ଗେଟ କରିଛନ୍ତି ।

Comments are closed.