Latest Odisha News

BREAKING NEWS

ରକ୍ଷାବନ୍ଧନର ସ୍ବତନ୍ତ୍ର ଉପହାର; ମହିଳାଙ୍କୁ ମିଳିବ ମାଗଣା ବସ୍‌ ସେବା

ନୂଆଦିଲ୍ଲୀ: ଲୋକପ୍ରିୟ ହିନ୍ଦୁ ପର୍ବ ମଧ୍ୟରୁ ରାକ୍ଷୀ ପୂର୍ଣ୍ଣିମା ଅନ୍ୟତମ। ଭାଇଭଉଣୀଙ୍କ ମଧ୍ୟରେ ଥିବା ସ୍ୱତନ୍ତ୍ର ବନ୍ଧନକୁ ସ୍ମରଣ କରିବା ପାଇଁ ସାରା ଦେଶରେ ଏହି ଉତ୍ସବ ପାଳନ କରାଯାଏ। ପାରମ୍ପାରିକ ଭାବରେ, ଏହି ଦିନ ଭଉଣୀମାନେ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ଏବଂ ଭାଇମାନେ ମଧ୍ୟ ତାଙ୍କୁ ମନଲାଖି ଉପହାର ଦେଇଥାନ୍ତି।

ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନ ଅବସରରେ ବହୁ ରାଜ୍ୟ ସରକାର ମହିଳା ଯାତ୍ରୀଙ୍କୁ ଏକ ସ୍ୱତନ୍ତ୍ର ଉପହାର ଭାବରେ ମାଗଣା ବସ୍ ଯାତ୍ରା ସୁବିଧା ଘୋଷଣା କରିଛନ୍ତି। ହରିୟାଣା, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ବିହାର ପରି ରାଜ୍ୟମାନେ ରକ୍ଷା ବନ୍ଧନରେ ମହିଳା ଯାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ଘୋଷଣା କରିଛନ୍ତି।

ହରିୟାଣା ସରକାର ମହିଳା ଏବଂ ୧୫ ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ମାଗଣା ବସ୍‌ ସେବା  ଘୋଷଣା କରିଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଘୋଷଣା କରିଛନ୍ତି ଯେ ରକ୍ଷା ବନ୍ଧନରେ ଅବସରରେ ରାଜ୍ୟର ବାଳିକା ଓ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ। ବିହାରର ନୀତୀଶ କୁମାର ସରକାର ଘୋଷଣା କରିଛନ୍ତି ଯେ ବିହାର ରାଜ୍ୟ ସଡକ ପରିବହନ ନିଗମର ସିଟି ସର୍ଭିସ ବସ୍‌ରେ ଯାତ୍ରା କରୁଥିବା ମହିଳାମାନେ ରକ୍ଷା ବନ୍ଧନରେ ଅବସରରେ କୌଣସି ଭଡା ନ ଦେଇ ଯାତ୍ରା କରିପାରିବେ।

ଉତ୍ତରପ୍ରଦେଶ ସରକାର ମଧ୍ୟ ଅନୂରୂପ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଅବସରରେ ମହିଳା ଯାତ୍ରୀମାନଙ୍କୁ ଏକ ବିଶେଷ ଉପହାର ରୂପେ ରକ୍ଷା ବନ୍ଧନରେ ଉତ୍ତରପ୍ରଦେଶ ରାଜ୍ୟ ସଡକ ପରିବହନ ନିଗମ (ୟୁପିଏସଆରଟିସି) ବସ୍‌ରେ ଯାତ୍ରା କରୁଥିବା ମହିଳାଙ୍କଠାରୁ କୌଣସି ଭଡା ଆଦାୟ କରାଯିବ ନାହିଁ। ଏହି ସୁବିଧା ୨୧ ଅଗଷ୍ଟ ମଧ୍ୟରାତ୍ରରୁ ଉପଲବ୍ଧ ହେବ।

Leave A Reply

Your email address will not be published.