Latest Odisha News

BREAKING NEWS

ରକୁଲଙ୍କୁ ମିଳିଛି ଏନସିବି ସମନ୍‌; କାଲି ହେବେ ହାଜର

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଯୋଡି ହୋଇଛି । ଏହି ଲିଙ୍କରେ ନାରକୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଗୁରୁବାର ଦିନ ସିମୋନ ଖମ୍ବାଟା ଓ ଅଭିନେତ୍ରୀ ରକୁଲ ପ୍ରିତ ସିଂହଙ୍କୁ ହାଜିର ହେବା ପାଇଁ ସମନ୍ କରିଥିଲା ।

ସମନ୍ ପରେ ସିମୋନ ଆଜି ଏନସିବି ଅଫିସରେ ପହଞ୍ଚିଥିବା ବେଳେ ରକୁଲ ଆସିନଥିଲେ । ଏପରିକି ତାଙ୍କୁ କୌଣସି ସମନ ମିଳିନାହିଁ ବୋଲି କହିଥିଲେ । କିନ୍ତୁ ପରେ ତାଙ୍କୁ ଏନସିବିର ସମନ ମିଳିଥିବା ସ୍ୱିକାର କରିଛନ୍ତି ସେ ଏବଂ କାଲି ଜେରା ପାଇଁ ହାଜର ମଧ୍ୟ ହେବେ ।

ଆହୁରି ମଧ୍ୟ ଡ୍ରଗ୍ସ ଲିଙ୍କରେ ସାରା ଅଲ୍ଲୀ ଖାନ୍‌, ରକୁଲ ପ୍ରିତ ସିଂହ, ଦୀପିକା ପାଦୁକୋନ୍‌, ଶ୍ରଦ୍ଧା କପୁରଙ୍କୁ ପଚରାଉଚରା ପାଇଁ ଏନସିବି ପକ୍ଷରୁ ସମନ କରାଯାଇଛି ।

ତେବେ ରକୁଲ ଓ ଦୀପିକାଙ୍କୁ ଶୁକ୍ରବାର ଦିନ ପଚରାଉଚରା ପାଇଁ ଡକାଯାଇଥିଲା ବେଳେ ସାରା ଓ ଶ୍ରଦ୍ଧାଙ୍କୁ ଶନିବାର ଦିନ ଏନସିବି ଡାକିଛି ।

ଅଧିକ ପଢନ୍ତୁ- ବଲିଉଡର ଡ୍ରଗ୍ସ ଲିଙ୍କ: ସ୍କାନରରେ ଚାରି ଜଣ ହିରୋ, କିଏ ସେମାନେ?

Leave A Reply

Your email address will not be published.