Latest Odisha News

BREAKING NEWS

ଫିଲ୍ମ ଷ୍ଟାରଙ୍କ ଅପେକ୍ଷା ଏହି ଗ୍ୟାଙ୍ଗଷ୍ଟର ଅଧିକ ଗୁଡଲୁକିଂ: ରାମ ଗୋପାଳ ବର୍ମା

ମୁମ୍ବାଇ: ଚଳଚ୍ଚିତ୍ର ନିର୍ମାତା ରାମ ଗୋପାଳ ବର୍ମା ନିଜର ବିବାଦୀୟ ବୟାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି। ନିକଟରେ ସେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ପ୍ରଶଂସା କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି।

କୌଣସି ଷ୍ଟାରଙ୍କ ଅପେକ୍ଷା ଗ୍ୟାଙ୍ଗଷ୍ଟର ଲରେନ୍ସ ଅଧିକ ସୁନ୍ଦର ବୋଲି ଦାବି କରିଛନ୍ତି ଚଳଚ୍ଚିତ୍ର ନିର୍ମାତା। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ରାମ ଗୋପାଳ ବର୍ମା କମଳା ଟି-ସାର୍ଟ ଏବଂ କଳା-କମଳା ହୁଡି ପିନ୍ଧିଥିବା ଲରେନ୍ସଙ୍କ ଚିତ୍ର ସେୟାର କରିଥିଲେ। ଫଟୋ ଶେୟାର କରି କ୍ୟାପସନରେ ଲେଖିଛନ୍ତି, “ଯଦି କୌଣସି ଚଳଚ୍ଚିତ୍ର ସବୁଠାରୁ ବଡ ଗ୍ୟାଙ୍ଗଷ୍ଟର ଉପରେ ଆଧାରିତ ହୁଏ, ତେବେ କୌଣସି ଚଳଚ୍ଚିତ୍ର ନିର୍ମାତା ଦାଉଦ ଇବ୍ରାହିମ କିମ୍ବା ଛୋଟା ରାଜନ ଭଳି ଦେଖାଯାଉଥିବା ଗ୍ୟାଙ୍ଗଷ୍ଟରକୁ କାଷ୍ଟ କରିବେ ନାହିଁ। କିନ୍ତୁ ସେ ଜାଣିଥିବା ସବୁ ଫିଲ୍ମ ଷ୍ଟାର୍‌ଙ୍କ ଅପେକ୍ଷା ଲରେନ୍ସ ଭଲ ଦେଖାଯାଉଛନ୍ତି।

ଏହାର କିଛି ସମୟ ପରେ ସେ ଅନ୍ୟ ଏକ ଟ୍ୱିଟ୍ କରିଥିଲେ। ଯେଉଁଥିରେ କ୍ୟାପସନରେ ଲେଖିଥିଲେ, ” ମୁଁ ଆଶା କରୁଛି, ସଲମାନ ଖାନ ବିଷ୍ଣୋଇଙ୍କୁ ଏକ ସୁପର କାଉଣ୍ଟର ଧମକ ଦିଅନ୍ତେ। ନ ହେଲେ ଏହା ଟାଇଗର ଷ୍ଟାରଙ୍କ ଭୀରୁପଣ ପରି ଲାଗିବ।”

 

Comments are closed.