Latest Odisha News

ରାମଗୋପାଳଙ୍କ ଅଜବ ଟୁଇଟ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୁଏ ଆଉ ଏଥର ବି ଜଣେ ଖାଁ……

ମୁମ୍ବାଇ: ପ୍ରଡ୍ୟୁସର-ଡାଇରେକ୍ଟର ରାମଗୋପାଳ ବର୍ମା ତାଙ୍କ ଅଜବ ଗଜବ ଟୁଇଟ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ଶାହାରୁଖ ଖାଁଙ୍କ ପୁତ୍ର ଆର୍ଯ୍ୟନଙ୍କ ଜାମିନ ନେଇ ସେ ଟୁଇଟ କରିଛନ୍ତି ଯେ, ସବୁ ଦିୱାଲୀରେ ଖାଁଙ୍କ ଫିଲ୍ମ ରିଲିଜ ହୋଇଥାଏ । ଏଥର ବି ଜଣେ ଖାଁ ରିଲିଜ ହେଲେ । ସେ କାହାକୁ ଥଟ୍ଟା କରି ଏହି ଟୁଇଟ କରିଛନ୍ତି ତାହା ବୁଝା ପଡୁନି । ଶନିବାର କ୍ରୁଜ ଡ୍ରଗ୍ସ କେସ ମାମଲାରେ ଆର୍ଯ୍ୟନଙ୍କୁ ଜାମିନ ମିଳିଥିଲା । ଏହା ପରେ ବଲିଉଡରେ ଏ ନେଇ ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା ।

ସୂଚନାଯୋଗ୍ୟ, ବଲିଉଡର ଖାଁ ବ୍ରିଗେଡ (ଶାହାରୁଖ, ଅମୀର, ସଲମାନ)ଙ୍କ ଫିଲ୍ମ ଦିୱାଲୀରେ ରିଲିଜ ହୋଇଥାଏ । ଏଥର ଫିଲ୍ମ ବଦଳରେ ଆର୍ଯ୍ୟନ ଜେଲରୁ ମୁକୁଳିଥିବାରୁ ସେ ଏହା ଲେଖିଛନ୍ତି ।

Comments are closed.