Latest Odisha News

BREAKING NEWS

କିଏ ଏହି ଅରୁଣ ଯୋଗୀରାଜ, ଯିଏ ତିଆରି କରିଛନ୍ତି ଅଯୋଧ୍ୟାର ରାମଲାଲାଙ୍କ ମୂର୍ତ୍ତି

ନୂଆଦିଲ୍ଲୀ: ଚଳଚଞ୍ଚଳ ହୋଇ ଉଠିଛି ପୁରା ଦେଶ । ପୁରା ପରିବେଶ ଏବେ ରାମମୟ । ଆଉ ମାତ୍ର କିଛି ଦିନର ଅପେକ୍ଷା । ଜାନୁଆରୀ ୨୨ରେ ଅଯୋଧ୍ୟାରେ ପ୍ରତିଷ୍ଠା ହେବା ପ୍ରଭୁ ରାମଙ୍କ ଦିବ୍ୟ ମନ୍ଦିର । ଭବ୍ୟ ମନ୍ଦିରରେ ପ୍ରଭୁ ରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଭଗବାନଙ୍କର ଶୀଶୁ ବେଳର ମୂର୍ତ୍ତି ମଧ୍ୟ ଚୟନ କରାଯାଇଛି । ପ୍ରଭୁ ହନୁମାନଙ୍କ ଅଞ୍ଚଳ କର୍ଣ୍ଣାଟକ (କିଶ୍କିନ୍ଧା)ରେ ନିବାସୀ ଅରୁଣ ଯୋଗୀରାଜ ପ୍ରଭୁ ରାମଙ୍କର ବାଲ୍ୟ ବେଳର ମୂର୍ତ୍ତି ତିଆରୀ କରିଛନ୍ତି ।

ଅଯୋଧ୍ୟା ମନ୍ଦିର ପାଇଁ ରାମଲାଲାଙ୍କର ଶ୍ୟାମଳ ରଙ୍ଗର ଏକ ମୂର୍ତ୍ତି ଚୟନ କରାଯାଇଛି । ୨୨ ଜାନୁଆରୀରେ ଏହି ମୂର୍ତ୍ତିର ପ୍ରାଣ ପ୍ରତିଷ୍ଠା କରାଯିବ । ୫୧ ଇଞ୍ଚ ଇଚ୍ଚତା ବିଶିଷ୍ଠ ଏହି ମୂର୍ତ୍ତିରେ ପ୍ରଭୂ ରାମ ଠିଆ ହୋଇଛନ୍ତି । ଏଥିରେ ରାମଲାଲାଙ୍କ ୫ବର୍ଷର ବାଲ୍ୟ ରୁମ ଦେଖାଯାଇଛି । ମୂର୍ତ୍ତିଟିରେ ପ୍ରଭୂ ଏକ ଧନୁ ଏବଂ ତୀର ଦ୍ଵାରା ସଜ୍ଜିତ ହୋଇଛନ୍ତି । ମୂର୍ତ୍ତି ତିଆରିରେ କର୍ଣ୍ଣାଟକର କୃଷ୍ଣ ପଥର ବ୍ୟବହାର କରାଯାଇଛି । ସେହି ପଥର ଗୁଡିକ ଉଡ୍ଡୁପିରୁ ଅଣାଯାଇଥିଲା | ସବୁଠାରୁ ବିଶେଷ କଥା ହେଉଛି ମୈସୋର ଶିଳ୍ପୀ ଅରୁଣ ଯୋଗୀରାଜ ରାମଲାଙ୍କ ଏହି ପ୍ରତିମା ତିଆରି କରିଛନ୍ତି। ଶ୍ରେଷ୍ଠ ୩ ମୂର୍ତ୍ତିକାରଙ୍କ ଦ୍ୱାରା ନିର୍ମିତ ପ୍ରତିମୂର୍ତ୍ତି ମଧ୍ୟରୁ ତାଙ୍କ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଥିଲା | ଯେବେଠାରୁ ତାଙ୍କ ନାଁ ସାମ୍ନାକୁ ଆସିଛି, ଲୋକମାନେ ତାଙ୍କ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ମୈସୋରର ବାସିନ୍ଦା ଅରୁଣ ଯୋଗୀରାଜ ୬ ମାସ ମଧ୍ୟରେ ରାମଲାଲାଙ୍କର ବାଲ୍ୟ ରୂପ ପ୍ରସ୍ତୁତ କରିଛନ୍ତି । ଯୋଗୀରାଜ କହିଛନ୍ତି, ‘ଏକ ଏପରି ମୂର୍ତ୍ତି ତିଆରି କରିବାର ଥିଲା ଯାହାକୁ ଦେଖି ସେହି ମୂର୍ତ୍ତିରେ ଭଗବାନ ରାମଙ୍କର ଦିବ୍ୟତାର ଅନୁଭବ କରିପାରିବେ ଲୋକେ । ୨୦୦୮ରେ ଚାକିରି ଛାଡିବା ପରେ ଅରୁଣ ଯୋଗୀରାଜ ତାଙ୍କ କୌଳିକ ବୃତ୍ତିକୁ ଆଗକୁ ବଢାଇବାକୁ ଯାଇ ମୂର୍ତ୍ତି ତିଆରି କରିବା ଆରମ୍ଭ କରିଥିଲେ । ଅରୁଣ ତାଙ୍କ ଜେଜେବାପା ଏବଂ ପିତାଙ୍କଠାରୁ ମୂର୍ତ୍ତି ତିଆରି କାମ ଶିଖିଥିଲେ ।

ଅରୁଣ ଆଜି ପର୍ଯ୍ୟନ୍ତ ୧୦୦୦ରୁ ଅଧିକ ମୂର୍ତ୍ତି ତିଆରି କରିଛନ୍ତି । ଦେବୀ ଦେବତାଙ୍କ ବ୍ୟତୀତ ସେ ଗାନ୍ଧୀ, ଆମ୍ବେଦକର ଏବଂ ବାଜପେୟୀଙ୍କ ଭଳି ନେତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ତିଆରି କରିଛନ୍ତି। କେଦାରନାଥରେ ସ୍ଥାପିତ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଏବଂ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ସ୍ଥାପିତ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ଅରୁଣ ଯୋଗୀରାଜ ତିଆରି କରିଛନ୍ତି ।  ନେତାଜୀଙ୍କ ପ୍ରତିମୂର୍ତ୍ତି ତିଆରି କରିଥିବା ବେଳେ ସେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଭେଟିଥିଲେ । ସେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ୍ କରି ତାଙ୍କ ପ୍ରଶଂସା କରିଥିଲେ।

ତାଙ୍କର ଏହି ସୁନ୍ଦର ମୂର୍ତ୍ତି ପାଇଁ ସେ ଦେଶ ତଥା ବିଦେଶରେ ଅନେକ ସମ୍ମାନ ପାଇଛନ୍ତି । ଯୋଗୀରାଜଙ୍କ ମା ସରସ୍ୱତୀ କହିଛନ୍ତି ଯେ, ‘ଏହା ଆମ ପାଇଁ ସବୁଠାରୁ ଖୁସିର ମୁହୂର୍ତ୍ତ। ମୁଁ ମୋ ପୁଅକୁ ପ୍ରଭୁ ରାମଙ୍କ ମୂର୍ତ୍ତି ତିଆରି କରିବାର ଦେଖିବାକୁ ଚାହୁଁଥିଲି କିନ୍ତୁ ଯୋଗୀ ମତେ ମୂର୍ତ୍ତି କାର୍ଯ୍ୟ ଶେଷ ହେବା ପରେ ଦେଖାଇବ ବୋଲି କହିଥିଲେ । ବର୍ତ୍ତମାନ ମୁଁ ପ୍ରତିମା ସ୍ଥାପନ ଦିନ ଯିବି।

 

 

Leave A Reply

Your email address will not be published.