Latest Odisha News

ରାମ ମନ୍ଦିର ଉଦଘାଟନ: ଜାନୁଆରୀ ୨୨ରେ ସମସ୍ତ ଅଫିସକୁ ଛୁଟି ଘୋଷଣା କଲା ରିଲାଏନ୍ସ

ନୂଆଦିଲ୍ଲୀ: ଜାନୁଆରୀ ୨୨ରେ ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏହାର ଠିକ୍ ପୂର୍ବରୁ ଶୁକ୍ରବାର ମୁକେଶ ଅମ୍ବାନୀ ରିଲାଏନ୍ସର ସମସ୍ତ କର୍ମଚାରୀଙ୍କୁ ଏକ ଉପହାର ଦେଇଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଶୁକ୍ରବାର ଘୋଷଣା କରିଛି ଯେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଜାନୁଆରୀ ୨୨ ରେ ଦେଶର ସମସ୍ତ କାର୍ଯ୍ୟାଳୟ ଛୁଟି ରହିବ।

ଏହା ପୂର୍ବରୁ ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାର ମଧ୍ୟ ଜାନୁଆରୀ ୨୨ ରେ ନିଜର ସମସ୍ତ କାର୍ଯ୍ୟାଳୟ ଅଧା ଦିନ ପାଇଁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି।

ସେହିପରି ମହାରାଷ୍ଟ୍ର ସରକାର ମଧ୍ୟ ଜାନୁଆରୀ ୨୨ ରେ ସରକାରୀ ଛୁଟି ଘୋଷଣା କରିଛନ୍ତି । ଏହି ଅବସରରେ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅଧା ଦିନ ଛୁଟି ରହିବ। ସେହିପରି ୭ଟି ରାଜ୍ୟ ଏହି ଦିନକୁ ଅଧା ଦିନ ଭାବେ ପାଳନ କରିବାକୁ ଘୋଷଣା କରିଛନ୍ତି।

ଉଲ୍ଲେଖଯୋଗ୍ୟ, ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ଏବଂ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଜାନୁଆରୀ ୨୦ (ଶନିବାର)ରେ ଅଧା ଦିନ ପରିବର୍ତ୍ତେ ସାରା ଦିନ କାମ କରିବ। କାରଣ ଜାନୁଆରୀ ୨୨ ରେ ରାମ ମନ୍ଦିରର ‘ପ୍ରାଣ ପ୍ରତିଷ୍ଠା’ ଦିନ କାରବାର ବନ୍ଦ ରହିବ।ଏହା ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଘୋଷଣା କରିଥିଲା ଯେ ଜାନୁଆରୀ ୨୨ ରେ ମୁଦ୍ରା ବଜାର ବନ୍ଦ ରହିବ।

Comments are closed.