Latest Odisha News

ଅଗ୍ନି କ୍ଷେପଣାସ୍ତ୍ରର ଜନକ ରାମ ନାରାୟଣ ଅଗ୍ରୱାଲଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଅଗ୍ନି କ୍ଷେପଣାସ୍ତ୍ରର ଜନକ ତଥା DRDO କ୍ଷେପଣାସ୍ତ୍ର ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କ ଦେହାନ୍ତ ହୋଇଛି। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ କ୍ଷେପଣାସ୍ତ୍ର ମଧ୍ୟରୁ ଭାରତର ଅଗ୍ନି କ୍ଷେପଣାସ୍ତ୍ର ଅନ୍ୟତମ।

DRDO ଅଧିକାରୀଙ୍କ ଅନୁଯାୟୀ, ରାମ ନାରାୟଣ ଅଗ୍ରୱାଲ ୮୪ ବର୍ଷ ବୟସରେ ହାଇଦ୍ରାବାଦରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଭାରତକୁ ଏକ ପ୍ରମୁଖ କ୍ଷେପଣାସ୍ତ୍ର ଶକ୍ତିରେ ପରିଣତ କରିବାରେ DRDO ବୈଜ୍ଞାନିକ ରାମ ନାରାୟଣ ଅଗ୍ରୱାଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଭାରତର ଦୀର୍ଘ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମରେ ଅଗ୍ରୱାଲ ପ୍ରମୁଖ ଭୂମିକା ମଧ୍ଯ ଗ୍ରହଣ କରିଥିଲେ। ତେବେ ସେ ଅଗ୍ନି ପୁରୁଷ ନାମରେ ମଧ୍ୟ ଜଣାଶୁଣା।

 

Comments are closed.