Latest Odisha News

ଶ୍ରୀମନ୍ଦିରରେ ୩ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି ହେଉଛି ପବିତ୍ର ରାମନବମୀ । ଚୈତ୍ର ଶୁକ୍ଲ ତିଥିରେ ଶ୍ରୀମନ୍ଦିରରେ ରାମ ଜନ୍ମ ନୀତି ପାଳନ ହେବ । ମଧ୍ୟାହ୍ନଧୂପ ପରେ ଏହି ନୀତି ପାଳନ କରାଯିବା ନେଇ ସୂଚନା ରହିଛି । ତେବେ ଏହି ରାମ ଜନ୍ମ ନୀତି ପାଇଁ ଆଜି ଶ୍ରୀମନ୍ଦିରରେ ୩ ଘଣ୍ଟା ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । କାରଣ ଶ୍ରୀମନ୍ଦିର ଦ୍ବାର ବନ୍ଦ କରାଯାଇ ରାମ ଜନ୍ମ ନୀତି ସମ୍ପାଦନ କରାଯିବ । ଏହି ସ୍ୱତନ୍ତ୍ର ନୀତି ପାଇଁ ଶ୍ରୀମନ୍ଦିରରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମହାପ୍ରଭୁଙ୍କର ଏହି ନୀତି ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ମନରେ ଉତ୍ସାହ ଭରି ରହିଛି  ।

ତେବେ ରାମ ଜନ୍ମ ନୀତି ଶେଷ ହେବାକ୍ଷଣି ରାତି ୮ଟା ପରେ ପୁନର୍ବାର ଦର୍ଶନ ସ୍ବାଭାବିକ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।

 

Leave A Reply

Your email address will not be published.