Latest Odisha News

ମଞ୍ଚରେ ମୁହାଁମୁହିଁ ହେଲେ ରାମ ଓ ରାବଣ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଆମରୋହରେ ରାମଲୀଳା ପ୍ରଦର୍ଶନ ହେଉଥିବା ବେଳେ ରାମ ଏବଂ ରାବଣ ସତରେ ମୁହାଁମୁହିଁ ହୋଇଛନ୍ତି।

ଶନିବାର ଦିନ ରାମ ଏବଂ ରାବଣଙ୍କ ଚରିତ୍ରରେ ମଞ୍ଚ ଉପରେ ଅଭିନୟ କରୁଥିବା ବେଳେ ରାମଲୀଳା ଷ୍ଟେଜ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା। ସୋସିଆଲ ମିଡିଆରେ ସଚିନ ଗୁପ୍ତା ନାମକ ଜଣେ ବ୍ୟକ୍ତି ଭିଡିଓ ସେୟାର କରିଥିଲେ। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ମଞ୍ଚରେ ରାମଲୀଳା ନାଟକ ପରିବେଷଣ କରାଯାଉଛି। କିଛି ସମୟ ପରେ ରାମ ଏବଂ ରାବଣ ସତରେ ମୁହାଁମୁହିଁ ହେଉଥିବା ନଜର ଆସିଛି। କେହି କିଛି ବୁଝିବା ଆଗରୁ ଏକପ୍ରକାର ସେମାନେ ମାଡଗୋଳ ଲାଗିଯାଇଥିଲେ।

ରାମ ତାଙ୍କ ଧନୁ ଏବଂ ତୀର ଦ୍ୱାରା ଆକ୍ରମଣ କରୁଥିବା ବେଳେ ରାବଣ ଖଣ୍ଡାରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ। କିନ୍ତୁ କୌଣସି କାମକୁ ନେଇ ଦୁଇ କଳାକାରଙ୍କ ମଧ୍ୟରେ ମଞ୍ଚ ଉପରେ ହିଁ ଝଗଡା ଆରମ୍ଭ ହୋଇଯାଇଥିଲା।

ଯାହାପରେ ମଞ୍ଚ ତଳେ ବସିଥିବା କର୍ମଚାରୀମାନେ ହସ୍ତକ୍ଷେପ କରି ଦୁହିଁଙ୍କୁ ଅଲଗା କରିଥିଲେ।

 

 

Leave A Reply

Your email address will not be published.