Latest Odisha News

BREAKING NEWS

ରେଡ଼ିଓ ସଂଗ୍ରହାଳୟ, ଯେଉଁଠି ରହିଛି ୧୦୦ ବର୍ଷ ପୁରୁଣା ରେଡ଼ିଓ

ଉତ୍ତରପ୍ରଦେଶ: ପ୍ରତ୍ୟେକ ଲୋକଙ୍କର ଭିନ୍ନ ଭିନ୍ନ ସଉକ ରହିଥାଏ । କେହି କେହି ବିଭିନ୍ନ ଦେଶ ବୁଲିବାକୁ ପସନ୍ଦ କରୁଥିବା ବେଳେ ଆଉ କିଏ ଖେଳିବାକୁ ପସନ୍ଦ କରନ୍ତି । ସେମିତି ଆଉ କେହି କଏନ ବା ଡ଼ାକ ଟିକେଟ ସଂଗ୍ରହ କରିବାକୁ ରୁଚି ରଖିଥାନ୍ତି । ଉତ୍ତର ପ୍ରଦେଶର ଜଣେ ବ୍ୟକ୍ତି ପୁରୁଣା ରେଡ଼ିଓ ସଂଗ୍ରହ କରିବାକୁ ପସନ୍ଦ କରନ୍ତି । ଏବେ ତାଙ୍କ ପାଖରେ ୧୩୦୦ରୁ ଅଧିକ ରେଡ଼ିଓ ରହିଛି । ଏମିତି କି ୧୦୦ ବର୍ଷ ପୁରୁଣା ଏକ ନିଆରା ରେଡ଼ିଓ ବି ଅଛି ।

ଉତ୍ତରପ୍ରଦେଶର ଆମରୋହା ସହରରେ ରୁହନ୍ତି ଅବସରପ୍ରାପ୍ତ ସରକାରୀ କର୍ମଚାରୀ ରାମ ସିଂ ବୌଦ୍ଧ । ସେ ଏକ ରେଡ଼ିଓ ସଂଗ୍ରହାଳୟ ନିର୍ମାଣ କରିଛନ୍ତି । ଦଶ ବର୍ଷ ମଧ୍ୟରେ ବହୁ କଷ୍ଟରେ ଏହି ରେଡିଓ ସଂଗ୍ରହାଳୟ ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି । ଯାହା ଏକ ଚର୍ଚ୍ଚାର ବିଷୟ । କାରଣ ଏପରି ରେଡିଓ ସଂଗ୍ରହାଳୟ ଅନ୍ୟ କେଉଁଠାରେ ଦେଖିବା ବିରଳ ।

ରାମସିଂ କହିଛନ୍ତି ଯେ, ୨୦୧୬ ରେ ସରକାରୀ ଚାକିରିରୁ ଅବସର ନେଇଥିଲି । ମୋତେ ରେଡିଓ ଶୁଣିବାକୁ ବହୁତ ଭଲ ଲାଗେ । ସେଥିଲାଗି ବିଭିନ୍ନ ପ୍ରକାର ରେଡ଼ିଓ ସଂଗ୍ରହ କରେ । ଏହା ଧୀରେ ଧୀରେ ଏକ ପ୍ରକାରର ନିଶା ପାଲଟିଗଲା । ଯେଉଁଠି ରେଡ଼ିଓଟିଏ ଦେଖିଲେ ତାକୁ କିଣି ଦେଇଥାଏ । ଆଉ ତାଙ୍କୁ ନେଇ ଏକ ସଂଗ୍ରହାଳୟ କରିବାକୁ ସ୍ୱପ୍ନ ଦେଖିଲି । ସଂଗ୍ରହାଳୟଟିଏ ପାଇଁ ୨୦୧୦ରୁ କାର୍ଯ୍ୟ ଆରମ୍ଭ କଲି । ବର୍ତ୍ତମାନ ମୋ ସଂଗ୍ରହାଳୟରେ ୧୩୦୦ ରୁ ଅଧିକ ରେଡିଓ ଅଛି । ଏହି ସଂଗ୍ରହାଳୟଟି ନାଇପୁର ସିଦ୍ଧାର୍ଥ ଇଣ୍ଟର କଲେଜର ଦ୍ୱିତୀୟ ମହଲାରେ ରହିଛି । ଅନ୍ୟ କୌଣସି ସ୍ଥାନରେ ଏପରି ରେଡ଼ିଓ ସଂଗ୍ରହାଳୟ ଦେଖିବାକୁ ମିଳିବ ନାହିଁ ବୋଲି ମୋର ଦାବି । ୧୯୦୦ ମସିହାର ପୁରାତନ ରେଡିଓ ମୋ ପାଖରେ ଅଛି । ଏହି କାରଣରୁ ଏବେ ମୋ ନାମ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପଞ୍ଜୀକୃତ କରିବାକୁ ଚେଷ୍ଟା କରୁଛିି ।

Comments are closed.