Latest Odisha News

ରାମ ମନ୍ଦିର ଟ୍ରଷ୍ଟ ମୁଖ୍ୟଙ୍କୁ କରୋନା; ଅଯୋଧ୍ୟାରେ ମୋଦିଙ୍କ ସହ ମଞ୍ଚରେ ଥିଲେ

ମଥୁରା: ଅଯୋଧ୍ୟା ରାମ ଜନ୍ମଭୂମି ଟ୍ରଷ୍ଟର ମହନ୍ତ ନିର୍ତ୍ୟ ଗୋପାଳ ଦାସ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ ହୋଇଥିବା ରାମ ମନ୍ଦିର ଶିଳାନ୍ୟାସ ଉତ୍ସବରେ ମୋଦିଙ୍କ ସହ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ ।

ସେହି ମଞ୍ଚରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦିବେନ ପଟେଲ, ରାଷ୍ଟ୍ରିୟ ସ୍ୱଂୟ ସେବକ ସଂଘ (ଆରଏସଏସ)ର ମୁଖ୍ୟ ମୋହନ ଭାଗବତ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଏନଡିଟିଭିର ରିପୋର୍ଟ ଅନୁଯାୟୀ, ମଥୁରା ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ସର୍ଭାଗ୍ୟ ରାମ ମିଶ୍ର କହିଛନ୍ତି ଯେ ନିର୍ତ୍ୟ ଗୋପାଳ ଦାସ ଏବେ ମଥୁରାରେ ଅଛନ୍ତି । ନିକଟରେ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ଖରାପ ତଥା ସାମାନ୍ୟ ଜ୍ୱର ସହ ନିଶ୍ୱାସ ପ୍ରଶ୍ୱା ନେବାରେ କଷ୍ଟ ହେବାରୁ ଆମେ ମେଡିକାଲ୍ ଟିମ୍ ପଠାଇଥିଲୁ । ଆଣ୍ଟିଜେନ୍ ଟେଷ୍ଟ ପରେ ତାଙ୍କର କରୋନା ପଜିଟିଭ ବାହାରିଥିଲା ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏବେ ତାଙ୍କର ସ୍ୱାସ୍ଥ୍ୟ ବସ୍ଥା ସ୍ଥିର ଥିବା ନେଇ ସେ ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.