Latest Odisha News

BREAKING NEWS

ରାମାୟଣର ଲୋକପ୍ରିୟତା କମି ନାହିଁ

ନୂଆଦିଲ୍ଲୀ: ଟିଭି ସିରିୟଲ ରାମାୟଣ ପୁନର୍ବାର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି । ଦୀର୍ଘ ଦିନ ପରେ ଏହା ପୁନଃପ୍ରସାରିତ ହେଉଥିଲେ ମଧ୍ୟ ଏହାର ଲୋକପ୍ରିୟତା କମି ନାହିଁ ।  ଡିଡି ନ୍ୟାଶନାଲ୍‌ରେ ଏବେ ରାମାୟଣ ସକାଳ ୯ଟା ଓ ସନ୍ଧ୍ୟା ୯ଟା ପ୍ରସାରଣ କରାଯ।ଉଛି । ଏବେ ବି ଲୋକେ ରାମାୟଣ ଦେଖିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ଗତ ସପ୍ତାହରେ ୧୭୦ ମିଲିୟନ ଦର୍ଶକ ଏହାକୁ ଦେଖି ସାରିଛନ୍ତି। ଚଳିତ ସପ୍ତାହରେ ଏହାର ସଂଖ୍ୟା ଆହୁରି ବୃଦ୍ଧି ପାଇବ ।

ମାତ୍ର ୪ଟି ଏପିସୋଡ୍‌କୁ ୧୭୦ ମିଲିୟନ ଦର୍ଶକ ଦେଖିଛନ୍ତି । ୨୦୧୫ ମସିହା ପରଠାରୁ ଏହା ହିନ୍ଦୀ ସିରିଏର୍‌ର ସର୍ବାଧିକ ଲୋକପ୍ରିୟ ବା ଜିଇସି । ବାର୍କ ଦ୍ୱାରା ଏହି ତଥ୍ୟ ପ୍ରଦାନ କରାଯାଇଛି ।ଲକ୍‌ଡାଉନ୍‌ ଯୋଗୁଁ ମାର୍ଚ୍ଚ ୨୮ ତାରିଖରୁ ରାମାୟଣ ପ୍ରଦର୍ଶୀତ ହେଉଛି ।

Leave A Reply

Your email address will not be published.